ଖୁବ ଶୀଘ୍ର ଜିଓ ଲଞ୍ଚ କରିବ ଶସ୍ତା ଲାପଟପ !

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କଲା ପରେ ରିଲାଏନ୍‌ସ ଜିଓ ଏବେ ଲାପଟପ ସେଗମେଂଟରେ ବି ଜବରଦସ୍ତ ଧମାକା କରିବାକୁ ଯାଉଛି । ଜିଓ ଖୁବ ଶୀଘ୍ର ସବୁଠୁ ଶସ୍ତା ଲାପଟପ ଲଞ୍ଚ କରିପାରେ । ଏଥିପାଇଁ କଂପାନି ପକ୍ଷରୁ ବି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି ।

ସୂଚନା ମୁତାବକ, ଏହି ଲାପଟପ ବଜାରରେ ଉପଲବ୍ଧ ବାକି ଲାପଟପମାନଙ୍କଠାରୁ ବହୁତ ଅଲଗା ଏବଂ ଏହାର ଓପନ ଫିଚର୍ସ ତୁଳନାରେ ଏହାର ଦାମ ମଧ୍ୟ ବହୁତ କମ ବୋଲି ଶୁଣିବାକୁ ମିଳୁଛି । ତେବେ ଖାସ କଥା ହେଲା କି ଏହି ଲାପଟପରେ ୪ଜି ସିମ ବ୍ୟବହାର କରିବାର ସୁବିଧା ରହିଛି । ଯଦ୍ୱାରା ବ୍ୟବହାରକାରୀ ଇଂଟରନେଟ ବ୍ୟବହାର କରିପାରିବେ ।

ତେବେ ଆସନ୍ତୁ ଜାଣିବା ଏହି ଲାପଟପର ଦାମ ଏବଂ ଏହାର ଫିଚର୍ସ ସଂପର୍କରେ

ରିଲାଏନ୍‌ସ ଜିଓ ତରଫରୁ ଏକ ଭିନ୍ନ ଧରଣର ଲାପଟପ ନିର୍ମାଣ କରୁଛି । ଯାହାର ଦାମ ୧୫ ହଜାର ଟଙ୍କାରୁ ବି କମ୍‌ ହୋଇପାରେ । ତେବେ ଏହି ଲାପଟପ ବାକି ଲାପଟପ ତୁଳନାରେ ପୂରା ଭିନ୍ନ । ଆଉ ଏଥିରେ ବ୍ୟବହୃତ ହୋଇଥିବା କି-ବୋର୍ଡ ବି ଅନ୍ୟ ଲାପଟପମାନଙ୍କ ଅପେକ୍ଷା ବହୁତ ଅଲଗା । ସେହିପରି ଜିଓ ଲାପଟପରେ ସିମ ଲଗାଇ ଡାଟା ବ୍ୟବହାର କରିବା ଭଳି ସୁବିଧା ବାକି ଲାପଟପମାନଙ୍କଠାରୁ ଏହାକୁ ବେଶ ଭିନ୍ନ କରିଛି ।

ଫିଚର୍ସ

ଜିଓ ଲାପଟପରେ ୱିଣ୍ଡୋଜ-୧୦ ଅପରେଟିଂ ସିଷ୍ଟମ ରହିଛି । ଯାହାକୁ ବର୍ତ୍ତମାନର ସବୁଠାରୁ ଲାଟେଷ୍ଟ ଭର୍ସନ ବୋଲି କୁହାଯାଉଛି । ସେହିଭଳି ୟୁଜର୍ସଙ୍କୁ ଭଲ ଭ୍ୟୁ ଦେବା ଉଦ୍ଦେଶ୍ୟରେ ଏହି ଲାପଟପର ସ୍କ୍ରିନ ୧୩.୩ ଇଞ୍ଚ ରହିଛି ବୋଲି ଜଣାପଡିଛି । ଏଥିସହିତ ହିଁ ଏହି ଲାପଟପରେ ୪ ଜିବିର ରାମ ଏବଂ ୧୨୮ ଜିବିର ଷ୍ଟୋରେଜ ରହିଛି। ଲାପଟପର ଓଜନ ପାଖାପାଖି ୧.୨ କିଲୋଗ୍ରାମ ହେବ, ଯାହାକି ବାକି ଲାପଟପ ତଳନାରେ ବହୁତ କମ୍‌।
ଯାହା ଲୋକଙ୍କୁ ଲାପଟପ ଚଲାଇବାରେ ଏକ ଭଲ ଅନୁଭବ ପ୍ରଦାନ କରିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।

ସମ୍ବନ୍ଧିତ ଖବର