ନଭେମ୍ବରରେ ଓଡ଼ିଶାରେ ସବୁଠାରୁ ଅଧିକ ଉପଭୋକ୍ତା ସଂଗ୍ରହ କରିଛି ଜିଓ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ସକରାତ୍ମକ ଅଭିବୃଦ୍ଧି ଘଟି ୨୦୧୮ ନଭେମ୍ବରରେ ୨୭,୭୩୭ ନୂଆ ମୋବାଇଲ ଉପଭୋକ୍ତା ଯୋଡ଼ି ହୋଇଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବରରେ ମୋଟ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ଯଥାକ୍ରମେ ୧୧,୫୦୦ ଓ ୪୭,୭୬୨ ହ୍ରାସ ପାଇଥିବା ବେଳେ ନଭେମ୍ବରରେ ଅଭିବୃଦ୍ଧି ଘଟିଛି।

ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ନଭେମ୍ବର ୨୦୧୮ର ଉପଭୋକ୍ତା ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ନୂଆ ଉପଭୋକ୍ତା ଯୋଡ଼ିବାରେ ଏହାର ନେତୃତ୍ୱ ଏବଂ ଦୃଢ଼ ଅଭିବୃଦ୍ଧି ହାସଲ କରିଛି- ଏହା ନଭେମ୍ବରରେ ୨.୭୪ ଲକ୍ଷ ନୂଆ ମୋବାଇଲ୍ ଉପଭୋକ୍ତାଙ୍କୁ ଯୋଡ଼ି ପାରିଛି।

oneindia.com

ନଭେମ୍ବରରେ ଓଡ଼ିଶାରେ ସକରାତ୍ମକ ଭାବେ ନୂଆ ଉପଭୋକ୍ତାଙ୍କୁ ଯୋଡ଼ି ପାରିଥିବା ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅଛନ୍ତି – ନେଟ୍ ୩୦,୨୦୯ ନୂଆ ଉପଭୋକ୍ତା ଯୋଡ଼ିଥିବା ବିଏସ୍ଏନ୍ଏଲ୍ ଏବଂ ନେଟ୍ ୩,୫୪୮ ନୂଆ ଉପଭୋକ୍ତା ଯୋଡ଼ିଥିବା ଭାରତୀ ଏୟାର୍ଟେଲ୍। ତେବେ ୨୦୧୮ ନଭେମ୍ବରରେ ଓଡ଼ିଶାରେ ଭୋଡ଼ାଫୋନ୍ ଆଇଡିଆର ଉପଭୋକ୍ତା ସଂଖ୍ୟା ୨.୪ ଲକ୍ଷ କମିଥିବା ବେଳେ ଟାଟା ଟେଲିସର୍ଭିସେସ୍ର ଉପଭୋକ୍ତା ସଂଖ୍ୟା ୩୯,୦୦୦ ହ୍ରାସ ପାଇଛି।

ଏହି ରିପୋର୍ଟ ଅନୁଯାୟୀ, ୩୦ ନଭେମ୍ବର ୨୦୧୮ ସୁଦ୍ଧା ଓଡ଼ିଶାରେ ମୋଟ୍ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ରହିଛି ୩.୩୧ କୋଟି। ନଭେମ୍ବର ୨୦୧୮ ସୁଦ୍ଧା ଉପଭୋକ୍ତା ଭାଗିଦାରୀ ଆଧାରରେ ଭାରତୀ ଏୟାରଟେଲ୍ ଏବେ୩୯.୮%କୁ ଖସି ଆସିଥିବା ବେଳେ ରିଲାଏନ୍ସ ଜିଓ ଏହାର ପାଖାପାଖି ୨୩.୫% ଏବଂ ଭୋଡ଼ାଫୋନ୍ ଆଇଡିଆ ୧୮.୩%, ବିଏସ୍ଏନ୍ଏଲ୍ ୧୬.୮%, ଟାଟା ଟେଲି ୧.୭%ରେ ରହିଛି।

ସମ୍ବନ୍ଧିତ ଖବର