ଜିଓ ଫୋନ୍‌ -୨ର ଆଜିଠାରୁ ବିକ୍ରି ଆରମ୍ଭ,ସମୟ ଜାଣି ରଖନ୍ତୁ

0 842

ଭୁବନେଶ୍ୱର: ରିଲାଏନ୍‌ସ ଜିଓ ଫୋନ୍‌ ଲଞ୍ଚ୍‌ ପରେ ଆଜି ଚତୁର୍ଥ ଥର ବିକ୍ରି ଆରମ୍ଭ ହୋଇଛି। ଏହାର ଫ୍ଲାସ୍‌ ସେଲ୍‌ କମ୍ପାନିର େଓ୍ଵବସାଇଟ୍‌ରେ କରାଯିବ। ଜିଓ ଫୋନ୍‌ -୨ର ସବୁଠାରୁ ଖାସ୍‌ କଥା ହେଉଛି କ୍ୱାର୍ଟି କି ବୋର୍ଡ, ଡୁଆଲ ସିମ୍‌ ସପୋର୍ଟ ଓ ବଡ଼ ସ୍କ୍ରିନ୍‌ । ପ୍ରତ୍ୟେକ ସେଲ ଭଳି ଚଳିତ ସେଲରେ ଏହାର ଚାହିଦା ଅଧିକ ରହିବ ବୋଲି ଆଶା ରଖାଯାଇଛି। ଏମିତିରେ ବ୍ୟବହାରକାରୀ ମଧ୍ୟାହ୍ଣ ୧୨ଟାରୁ ଚେକ୍‌ କରିବା ଆରମ୍ଭ କରି ଦିଅନ୍ତୁ।

Panda Mobile only

ଏହି ଫୋନ୍‌କୁ ବ୍ୟବହାରକାରୀ ଜିଓର େଓ୍ଵବସାଇଟ୍‌ରୁ କ୍ରୟ କରି ପାରିବେ, ଯାହାର ମୂଲ୍ୟ ୨,୯୯୯ ରଖାଯାଇଛି। ସେପ୍ଟେମ୍ବର ୧୨ ଅର୍ଥାତ୍‌ ଆଜି ଦ୍ୱିପହର ୧୨ଟାରୁ ଏହାର ଫ୍ଲାସ୍‌ ସେଲ ଆରମ୍ଭ ହୋଇଯାଇଛି। ଗତଥର କମ୍ପାନି ଜିଓଫୋନ୍‌ରେ ଅଫର ଦେଇଥିଲେ ଓ ଏହାର ଇଫେକ୍ଟିଭ୍‌ ମୂଲ୍ୟ ୫୦୦ଟଙ୍କା ଥିଲା। କିନ୍ତୁ ଏହି ଥରକ କମ୍ପାନି ସେମତି କିଛି ଅଫର ଦେଇ ନାହିଁ।

ଜିଓଫୋନ-୨ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରିବ। ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରିବ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ ହେବ। ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ। ଜିଓଫୋନ-୨ରେ ୫୧୨ ଏମବି ର‍୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍‌ାଟ୍‌ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରିବ। ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଗ୍ରାହକମାନେ ଭଏସ୍‌ କମାଣ୍ଡ୍‌କୁ ବ୍ୟବହାର କରି କଲ୍‌, ମେସେଜ୍‌, ଇଣ୍ଟରନେଟ୍‌ ସନ୍ଧାନ, ସଙ୍ଗୀତ ବଜାଇବା, ଭିଡିଓ ଦେଖିବା ଓ ସବୁ ପ୍ରକାର ଆପ୍‌କୁ ପରିଚାଳନା କରିବା କାମ କରିପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.