ରିଲାଏନ୍ସ ଜିଓର ଏହି ୧୦ ସେକେଣ୍ଡ ଚାଲେଞ୍ଜରେ ବିଜେତା ହେଲେ ମିଳିବ ଏଭଳି ଉପହାର

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତାର ବ୍ୟବହାରକାରୀଙ୍କ ପାଇଁ ‘ଜିଓ ଗଟ୍‌ ଟ୍ୟାଲେଣ୍ଟ’ ଚାଲେଞ୍ଜ ନେଇ ଆସିଛି। ଏହି ଚାଲେଞ୍ଜ ପାଇଁ ଜିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ନାପ୍‌ଚାର୍ଟ ସହିତ ହାତ ମିଳାଇଛି। ୧୦ ସେକେଣ୍ଡର ସୃଜନଶୀଳ ଭିଡିଓ ଚାଲେଞ୍ଜ ପାଇଁ ସ୍ନାପ୍‌ଚାର୍ଟକୁ ନେଇ ଏକ ସ୍ପେଶାଲ ଲେନ୍ସ ବି ପ୍ରସ୍ତୁତ କରାଯାଇଛି।

Image result for reliance-jio-snapchat-creative-video-challenge
NewsBytes

ଜିଓ ଓ ସ୍ନାପଚାଟ ‘ଜିଓ ଗଟ ଟାଲେଣ୍ଟ’ ନାମରେ ଏକ ଅଭିନବ କ୍ରିଏଟିଭ ଚାଲେଞ୍ଜର ଶୁଭାରମ୍ଭ ଘୋଷଣା କରିଛନ୍ତି। ଏହାଦ୍ୱାରା  ସ୍ନାପଚାଟ ବ୍ୟବହାରକାରୀମାନେ ନିଜ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ଦୁଇଜଣଙ୍କ ପାଇଁ ଥାଇଲାଣ୍ଡ ଭ୍ରମଣ ଜିତିବାର ସୁଯୋଗ ନେଇପାରିବେ ।

ଜିଓ ଓ ସ୍ନାପଚାଟ ମିଳିତ ଭାବରେ ଏକ ସ୍ନାପଚାଟ ଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ବ୍ୟବହାରକାରୀମାନେ ମାଇକ, ଟୋପି, ହେଡ଼ଫୋନ ଏବଂ ଲାଇଟ ରିଙ୍ଗ ଭଳି ଏଆର ପ୍ରପ ଉପଯୋଗ କରିବାର ସୁଯୋଗ ମିଳୁଛି । ଏହି ଚାଲେଞ୍ଜରେ ଭାଗନେବା ପାଇଁ ବ୍ୟବହାରକାରୀଙ୍କୁ ସର୍ବାଧିକ ୧୦ ସେକଣ୍ଡର ଏକ ଭିଡିଓ ରେକର୍ଡ କରିବାକୁ ପଡିବ, ଯେଉଁଥିରେ ସେ ‘ଜିଓ ଗଟ ଟାଲେଣ୍ଟ’ ଲେନ୍ସ ବ୍ୟବହାର କରି  ସ୍ନାପଚାଟରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ ।  ଏହାପରେ ଅଂଶଗ୍ରହଣକାରୀ ନିଜର ସ୍ନାପଚାଟ କିମ୍ବା ସ୍ନାପକୋଡ଼ ୟୁଜର ନେମ ଭିଡିଓ କ୍ୟାପ୍ସନରେ ପ୍ରଦାନ କରି ଏହାକୁ ସ୍ନାପଚାଟରେ ରହିଥିବା ‘ଆୱାର ଷ୍ଟୋରି’ ରେ ଅପଲୋଡ କରିବାକୁ ପଡିବ ଯାହାଦ୍ୱାରା ଲୋକମାନେ ଏହାକୁ ଦେଖିପାରିବେ ।

Image result for reliance-jio-snapchat-creative-video-challenge
Gizbot

ସବୁଠାରୁ ମଜାଦାର ଏବଂ କ୍ରିଏଟିଭ ଭିଡିଓକୁ ଜିଓ ପକ୍ଷରୁ ପୁରସ୍କୃତ କରାଯିବ । ଏହି ଚାଲେଞ୍ଜ  ୨୬ ଜାନୁୟାରୀ ୨୦୨୦ ରୁ ୪ ଫେବୃଆରୀ ୨୦୨୦ ଯାଏ ଜାରି ରହିବ।  ପ୍ରଥମ ପୁରସ୍କାର ବିଜେତାଙ୍କୁ ଦୁଇଜଣଙ୍କ ପାଇଁ ଥାଇଲାଣ୍ଡ ଭ୍ରମଣର ସୁଯୋଗ ମିଳିବ । ଅନ୍ୟ ସମସ୍ତ ବିଜେତା ମାନଙ୍କୁ ଜିଓର ବିଭିନ୍ନ ରିଚାର୍ଜ ପୁରସ୍କାର ଭାବରେ ମିଳିବ । ଏସମ୍ପର୍କରେ ବିସ୍ତୃତ ଭାବରେ ଜିଓ ର ୱେବସାଇଟରେ ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧିତ ଖବର