ସରିଆସୁଛି ଶସ୍ତା ମୋବାଇଲ କଲ୍‌ ଯୁଗ, ଏୟାରଟେଲ, ଭୋଡାଫୋନ ପରେ ଜିଓ ବି ଦରବୃଦ୍ଧି କରିବ

ମୁମ୍ବାଇ : ବୋଧହୁଏ ଦେଶରେ ଶସ୍ତା ମୋବାଇଲ ଫୋନ ଯୁଗ ଶେଷ ହୋଇଆସୁଛି । କାରଣ ଗୋଟିକ ପରେ ଗୋଟିଏ ପ୍ରାୟ ସବୁ ଟେଲିକମ କମ୍ପାନି ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଗତ କାଲି ପ୍ରଥମେ ଭୋଡାଫୋନ-ଆଇଡିଆ ଓ ତାପରେ ଏୟାରଟେଲ ଦରବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଥିଲେ । ଆଜି ରିଲାଏନ୍ସ ଜିଓ ମଧ୍ୟ ଦର ବୃଦ୍ଧି କରିବ ବୋଲି ଘୋଷଣା କରିଛି । ଜିଓ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଦେଶରେ ଟେଲିକମ ଟାରିଫର ସମୀକ୍ଷା ପାଇଁ ଟ୍ରାଇ ଏକ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିବ । ଏହାକୁ ଦୃଷ୍ଟିରେ ରଖି କମ୍ପାନି ଆଗାମୀ କିଛି ସପ୍ତାହ ମଧ୍ୟରେ ଦର ବୃଦ୍ଧି କରାଯିବ । ତେବେ ଦରବୃଦ୍ଧି ଏପରି କରାଯିବ ଯେ, ଯେପରି ତାହା ଗ୍ରାହକଙ୍କୁ ବାଧିବନାହିଁ ବୋଲି କମ୍ପାନି କହିଛି ।
ଅନ୍ୟପକ୍ଷରେ ଆଜି ଟ୍ରାଇ କହିଛି ଯେ ତାରିଫ ସଂପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଟେଲିକମ କମ୍ପାନିମାନଙ୍କ ସଂଶୋଧିତ ଦରର ସମୀକ୍ଷା କରାଯିବ । ଏହା ନିୟମ ଅନୁସାରେ ରହିଛି କି ତାହା ଯାଞ୍ଚ କରାଯିବ ।

ସମ୍ବନ୍ଧିତ ଖବର