ସଂଧ୍ୟା ୬.୩୦ରେ ରିଲାଏନ୍ସ ଜିଓ କରିବ ବଡ଼ ଘୋଷଣା

ମୁମ୍ବାଇ : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପକ୍ଷରୁ ଆଜି ସଂଧ୍ୟାରେ ଏକ ବଡ଼ ଘୋଷଣା ହୋଇପାରେ । ପୂର୍ବରୁ ଏହି ଘୋଷଣା ଅପରାହ୍ନ ୫ଟାରେ ହେବାକୁ ଥିବାବେଳେ ତାହାକୁ ଟିକିଏ ବିଳମ୍ବିତ କରି ସଂଧ୍ୟା ୬.୩୦ରେ ଆରମ୍ଭ ହେବା ବିଷୟ କୁହାଯାଇଛି ।  କେଉଁ ଘୋଷଣା କରାଯିବ ସେ ସଂପର୍କରେ କମ୍ପାନି ପକ୍ଷରୁ କିଛି କୁହାଯାଇନଥିଲେ ମଧ୍ୟ ଜିଓଗିଗା ଫାଇବରର ତାରିଫ ପ୍ଲାନ ବିଷୟରେ କମ୍ପାନି ଘୋଷଣା କରିବାର ସମ୍ଭାବନା ରହିଛି ।  ଗତ ଜୁଲାଇ ୫ ରେ ଅନୁଷ୍ଠିତ ରିଲାଏନ୍ସର ବାର୍ଷିକ ସାଧାରଣ ବୈଠକରେ କମ୍ପନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ସଂପର୍କରେ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏବେ ଆମେ ଘର, ବ୍ୟବସାୟୀ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଓ ବୃହତ୍ ଉଦ୍ୟୋଗ ସବୁକୁ ଫାଇବର୍ ସଂଯୋଗ ଯୋଗାଇ ଦେବା ସଂଗେ ସଂଗେ ୧୧୦୦ ସହରରେ ସବୁଠୁ ଉନ୍ନତ ଫାଇବର୍ ଆଧାରିତ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ମଧ୍ୟ ଯୋଗାଇବୁ। ବ୍ରଡ୍ବ୍ୟାଣ୍ଡ୍ ସେବା ନିମନ୍ତେ ଏହାକୁ ହେଉଛି ବିଶ୍ୱର ସବୁଠୁ ବଡ଼ ଗ୍ରିନ୍ଫିଲ୍ଡ୍ ଲଞ୍ଚ୍ କୁହାଯାଉଛି।

ସମ୍ବନ୍ଧିତ ଖବର