ରିଲାଏନ୍ସର ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ପାଇଁ ପଂଜୀକରଣ ଆରମ୍ଭ, ଜାଣନ୍ତୁ କିପରି କରିବେ ପଂଜୀକରଣ

ଭୁବନେଶ୍ୱର : ରିଲାଏନ୍ସର ବହୁପ୍ରତୀକ୍ଷିତ ଅପଟିକାଲ ଫାଇବର ଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ପାଇଁ ଆଜିଠାରୁ ପଂଜୀକରଣ ଆରମ୍ଭ ହୋଇଛି । ଗ୍ରାହକମାନେ ଜିଓର ଅଫିସିଆଲ ସାଇଟ jio.com କୁ ଯାଇ ପଂଜୀକରଣ କରିପାରିବେ । ଏହି ସାଇଟକୁ ଯିବା ପରେ  ହୋମପେଜରେ ‘ଇନଭାଇଟ୍‌ ଜିଓଗିଗାଫାଇବର’ ଉପରେ କ୍ଲିକ କଲେ  ଆଉ ଏକ ଓ୍ଵିଣ୍ଡୋ ଖୋଲିବ । ସେଠାରେ ନିଜର ନାମ, ଫୋନ ନମ୍ବର ଓ ଅଂଚଳ ଲେଖିଲେ ପଂଜୀକରଣ ହୋଇଯିବ । ତେବେ ଏହି ସେବା କେବେ ଆରମ୍ଭ ହେବ ସେ ସମ୍ପର୍କରେ କମ୍ପାନି ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ଆହୁରି ମଧ୍ୟ ଗୋଟିଏ ଅଞ୍ଚଳରେ ଅଧିକ ସଂଖ୍ୟକ ପଂଜୀକରଣ ହେଲେ ସେ ସ୍ଥାନରେ ଶୀଘ୍ର ସେବା ଆରମ୍ଭ କରାଯିବ । ଦେଶବ୍ୟାପୀ ପ୍ରାୟ ୧୧୦୦ ସହରରେ ଏହି ସେବା ଆରମ୍ଭ କରାଯିବ ।

ଗତ ଜୁଲାଇ ୫ ରେ ଅନୁଷ୍ଠିତ ରିଲାଏନ୍ସର ବାର୍ଷିକ ସାଧାରଣ ବୈଠକରେ କମ୍ପନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ସଂପର୍କରେ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏବେ ଆମେ ଘର, ବ୍ୟବସାୟୀ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଓ ବୃହତ୍ ଉଦ୍ୟୋଗ ସବୁକୁ ଫାଇବର୍ ସଂଯୋଗ ଯୋଗାଇ ଦେବା ସଂଗେ ସଂଗେ ୧୧୦୦ ସହରରେ ସବୁଠୁ ଉନ୍ନତ ଫାଇବର୍ ଆଧାରିତ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ମଧ୍ୟ ଯୋଗାଇବୁ। ବ୍ରଡ୍ବ୍ୟାଣ୍ଡ୍ ସେବା ନିମନ୍ତେ ଏହାକୁ ହେଉଛି ବିଶ୍ୱର ସବୁଠୁ ବଡ଼ ଗ୍ରିନ୍ଫିଲ୍ଡ୍ ଲଞ୍ଚ୍ କୁହାଯାଉଛି।

ସମ୍ବନ୍ଧିତ ଖବର