ଏଣିକି ମୋବିକ୍ୱିକ୍‌ରେ ମିଳିବ ଜିଓଫୋନ୍‌, କିପରି ପାଇବେ ଜାଣନ୍ତୁ

0 290

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଲୋକପ୍ରିୟ ଶସ୍ତା ୪ଜି ଫୋନ ଏବେ ଡିଜିଟାଲ ପେମେଣ୍ଟ ଆପ୍‌ ମୋବିକ୍ୱିକ୍‌ରେ ମିଳିବ । ଏ ନେଇ ଉଭୟ କମ୍ପାନି ମଧ୍ୟରେ ବୁଝାମଣା ହୋଇଛି ।  ପୂର୍ବରୁ କେବଳ ଜିଓର ନିଜସ୍ୱ େଓ୍ଵବସାଇଟ୍‌ ଜିଓଡଟ୍‌କମରେ ଏହି ଫୋନ ମିଳୁଥିଲା । ଆହୁରି ମଧ୍ୟ ମୋବିକ୍ୱିକ୍‌ରେ ଏହି ଫୋନଟି ପୂର୍ବର ସମାନ ମୂଲ୍ୟରେ ମିଳିବ । ଏ ସଂପର୍କରେ ସୂଚନା ଦେଇ ମୋବିକ୍ୱିକ୍‌ର ବ୍ୟବସାୟିକ ମୁଖ୍ୟ ବିକ୍ରମ ବୀର ସିଂ କହିଛନ୍ତି ଯେ ପ୍ରଥମ ମୋବାଇଲ ଓ୍ଵାଲେଟ୍‌ ଭାବେ ମୋବିକ୍ୱିକ୍‌ ଜିଓଫୋନ ବିକ୍ରି କରିବାର ସୁଯୋଗ ପାଇଛି । ଗ୍ରାହକମାନେ ୪ଟି ସହଜ ପର୍ଯ୍ୟାୟ ମାଧ୍ୟମରେ ଏହି ଫୋନକୁ ବୁକ କରିପାରିବେ । ଏହା ସହିତ ଅନେକ ଆକର୍ଷଣୀୟ ଅଫର ମଧ୍ୟ ମିଳିପାରିବ ।

ମୋବିକ୍ୱିକ୍‌ ମାଧ୍ୟମରେ ଫୋନ କିଣି ପେମେଣ୍ଟ କରିବା ପରେ ଏକ କନଫରମେସନ ଏସଏମଏସ ଆସିବ । ଏଥିରେ କେଉଁ ଷ୍ଟୋରରୁ ଏହି ଫୋନଟି ସଂଗ୍ରହ କରିବେ ତାହା ଲେଖାଥିବ । ତେବେ ଷ୍ଟୋରରୁ ଆଣିବାବେଳେ ଗ୍ରାହକଙ୍କୁ ନିଜର ପରିଚୟ ପତ୍ର ଦେଖାଇବାକୁ ହେବ । ନିକଟରେ ଜିଓ ପକ୍ଷରୁ ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ୪୯ ଟଙ୍କିଆ ଓ ୧୫୩ ଟଙ୍କିଆ ପ୍ରିପେଡ୍‌ ରିଚାର୍ଜ ପ୍ଲାନ ଆରମ୍ଭ କରାଯାଇଥିଲା । ଏହା ମାଧ୍ୟମରେ ୨୮ ଦିନ ପାଇଁ ଅନଲିମିଟେଡ୍‌ ଭଏସ କଲିଂ ଓ  ମାଗଣା ଏସଏମଏସ ସୁବିଧା ମିଳିବ । ୪୯ ଟଙ୍କିଆ ପ୍ଲାନ ପକାଇଲେ ୨୮ ଦିନ ପାଇଁ   ୧ ଜିବି ୪ଜି ଡାଟା ମିଳିପାରିବ । ସେହିପରି ୧୫୩ ଟଙ୍କାର ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦୈନିକ ୧.୫ ଜିବି ୪ଜି ଡାଟା ସମେତ ଅନଲିମିଟେଡ୍‌  ଅନଲିମିଟେଡ୍‌ ଭଏସ କଲିଂ ଓ  ମାଗଣା ଏସଏମଏସ ସୁବିଧା ମିଳିବ ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seventeen − eight =