ଜିଓର ଦ୍ୱିତୀୟ ତ୍ରୟମାସରେ ନିଟ୍ ଲାଭ ୪୫.୪% ବୃଦ୍ଧି ଘଟି ୯୯୦ କୋଟି ଟଙ୍କା

ଭୁବନେଶ୍ୱର/ମୁମ୍ବାଇ : ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ର ଜୁଲାଇ-ସେପ୍ଟେମ୍ବର (ଦ୍ୱିତୀୟ ତ୍ରୟମାସ) ଅବଧିରେ ରିଲାଏନ୍ସ ଜିଓର ନିଟ ଲାଭ ୪୫.୪ ପ୍ରତିଶତ ବୃଦ୍ଧି ପାଇ ୯୯୦ କୋଟି ଟଙ୍କା ହୋଇଛି । ଗ୍ରାହକ ସଂଖ୍ୟାରେ ହୋଇଥିବା ବୃଦ୍ଧି ଯୋଗୁଁ କଂପାନିର ନିଟ ଲାଭ ପରିମାଣ ବଢ଼ିଛି । ଗତବର୍ଷ ଏହି ସମୟରେ କଂପାନିର ନିଟ ଲାଭ ପରିମାଣ ୬୮୧ କୋଟି ଟଙ୍କା ଥିଲା।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କଂପାନିର ପରିଚାଳନା ରାଜସ୍ୱ ପରିମାଣ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୨, ୩୫୪ କୋଟି ଟଙ୍କା ହୋଇଛି ଯାହା ୨୦୧୮-୧୯ ଆର୍ଥିକ ବର୍ଷର ଏହି ସମୟରେ ୯୨୪୦ କୋଟି ଟଙ୍କା ରହିଥିଲା । ଏ ସଂପର୍କରେ କମ୍ପାନିର  ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନି, କହିଛନ୍ତି ଯେ, ‘ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ସେବା ପ୍ରଦାନକାରୀ କଂପାନିର ମାନ୍ୟତା ବଜାୟ ରଖିବା ସହ ଜିଓର ଗ୍ରାହକ ସଂଖ୍ୟା ୩୫୦ ନିୟୁତ ଟପିଛି ଏବଂ ଆମେ ଏବେ ବି ପ୍ରତି ମାସରେ ୧୦ ନିୟୁତରୁ ଅଧିକ ନୂତନ ଗ୍ରାହକ ସାମିଲ କରୁଛୁ । ଗ୍ରାହକ ଓ ରାଜସ୍ୱ ଦୃଷ୍ଟିକୋଣରୁ ଜିଓ କେବଳ ଭାରତର ସର୍ବବୃହତ ଟେଲିକମ ସଂସ୍ଥା ନୁହେଁ ଏହା ଭାରତର ଡିଜିଟାଲ ପ୍ରବେଶ ପଥରେ ପରିଣତ ହୋଇଛି ।’

ଏଠାରେ ଉଲ୍ଲେଖ କରାଯାଇଥିବା ତ୍ରୟମାସ ଶେଷ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ୩୫.୫୨ କୋଟିରେ ପହଂଚିଛି ଯାହା ପୂର୍ବ ତ୍ରୟମାସରେ ୩୩.୧୩ କୋଟି ଥିଲା।

ସମ୍ବନ୍ଧିତ ଖବର