ଜିଭା ଆୟୁର୍ବେଦର ସ୍ବାସ୍ଥ୍ୟ ସପ୍ତାହ ପାଳନ

ଭୁବନେଶ୍ବର: ଜିଭା ଆୟୁର୍ବେଦ ପକ୍ଷରୁ ଚଳିତ ମାସ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଅନୁଷ୍ଠାନର ସାରା ଦେଶରେ ଥିବା ୮୦ଟି କ୍ଲିନିକ୍‌ରେ ଲୋକମାନେ ମାଗଣାରେ ପରାମର୍ଶ ହାସଲ କରିପାରିବେ। ଏହା ସହିତ ବିଭିନ୍ନ ୱେଲନେସ୍‌ ଉତ୍ପାଦ ଉପରେ ରିହାତି ପାଇବେ ଏବଂ ମାଗଣାରେ ତ୍ରୟମାସିକ ପତ୍ରିକା ପରମାୟୁ ପାଇପାରିବେ ବୋଲି କଂପାନିର ନିର୍ଦେଶକ ଡକ୍ଟର ପ୍ରତାପ ଚୌହ୍ବାନ କହିଛନ୍ତି। ସ୍ବାସ୍ଥ୍ୟ ସପ୍ତାହ ଅବସରରେ ପାଖାପାଖି ୧୦ ହଜାର ରୋଗୀ ମାଗଣାରେ ପରାମର୍ଶ ହାସଲ କରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର