ରେଳବାଇକୁ କାର୍ଯ୍ୟାଦେଶର ୫୫%ରୁ ଅଧିକ ‘ରେଲ୍‌’ ଯୋଗାଇ ସାରିଛି ଜେଏସ୍‌ପିଏଲ୍

ନୂଆଦିଲ୍ଲୀ: ରେଳ ଧାରଣା ନିର୍ମାଣରେ ବ୍ୟବହୃତ ଲୁହା ଯୋଗାଣ ପାଇଁ ଜେଏସପିଏଲ ଭାରତୀୟ ରେଳବାଇଠାରୁ ପାଇଥିବା କାର୍ଯ୍ୟାଦେଶର ୫୫ ପ୍ରତିଶତ ପୂରଣ କରି ସାରିଲାଣି। ଜୁଲାଇ ୨୦୧୮ରେ, ଭାରତୀୟ ରେଳବାଇର ୨୫୦୦ କୋଟି ଟଙ୍କାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ୨୦ ପ୍ରତିଶତ ଲଙ୍ଗ୍ ରେଲ୍ ଯୋଗାଇବା ନିମନ୍ତେ କାର୍ଯ୍ୟାଦେଶ ହାସଲ କରିଥିଲା। ଏକ ବର୍ଷ ମଧ୍ୟରେ ଭାରତୀୟ ରେଳବାଇକୁ ପ୍ରାୟ ଏକ ଲକ୍ଷ ଟନ୍ ରେଲ୍ ଯୋଗାଇବା ନିମନ୍ତେ ଏହି କାର୍ଯ୍ୟାଦେଶ ମିଳିଥିଲା। ବର୍ତମାନ ସୁଦ୍ଧା ୯୭,୦୦୦ ଟନ୍ ମଧ୍ୟରୁ ଆମେ ୫୪,୩୦୨ ଟନ ଯୋଗାଇସାରିଛୁ। ଆସନ୍ତା ଫେବୃଆରି ମଧ୍ୟରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଏହି କାର୍ଯ୍ୟାଦେଶ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଜେଏସପିଏଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏନ୍. ଏ. ଅନସାରୀ କହିଛନ୍ତି।

ସମ୍ବନ୍ଧିତ ଖବର