ଜେଏସ୍‌ପିଏଲ୍‌କୁ ଆସୋଚାମ୍ ପୁରସ୍କାର

ଭୁବନେଶ୍ବର : ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସପିଏଲ)କୁ ଆସୋଚାମ ଦ୍ୱାରା ଓ୍ୱମେନ ଅଚିଭର୍ସ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ମହିଳା ନେତୃତ୍ବ ଓ ସଶକ୍ତୀକରଣ ସମ୍ମିଳନୀରେ ଜେଏସପିଏଲର ପରିଚାଳନା ନିର୍ଦେଶକ ଭି ଆର ଶର୍ମା ଏହି ପୁରସ୍କାରକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ, ଜୀବିକା, ଶିକ୍ଷା, କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କଂପାନିକୁ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର