ଜେଏସ୍‌ପିଏଲ୍‌କୁ ସିଏସ୍‌ଆର୍‌ ଇମ୍ପାକ୍ଟ ପୁରସ୍କାର

ଭୂବନେଶ୍ୱର: ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ ପ୍ରାକୃତିକ ସଂପଦ ପରିଚାଳନା ପ୍ରକଳ୍ପ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ଵାର୍‌ ଲିମିଟେଡ୍‌ (ଜେଏସ୍‌ପିଏଲ୍‌)କୁ ପରିବେଶ ଶ୍ରେଣୀରେ ସମ୍ମାନଜନକ ୫ମ ସିଏସ୍‌ଆର୍‌ ଇମ୍ପାକ୍ଟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଗତ ୨୪ ତାରିଖରେ ଆୟୋଜିତ ଇଣ୍ଡିଆ ସିଏସ୍‌ଆର୍‌ ସମିଟ୍‌ ୨୦୧୮ରେ କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମତା ରାଜ୍ୟମନ୍ତ୍ରୀ  ଅନନ୍ତ କୁମାର ହେଗ୍‌ଡେ ଜେଏସପିଏଲର ସିଏସ୍‌ଆର୍‌ ଗ୍ରୁପ୍‌ ମୁଖ୍ୟ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମାନବ ସମ୍ବଳ ଓ ଜଳସଂପଦ ରାଜ୍ୟମନ୍ତ୍ରୀ ଡ. ସତ୍ୟପାଲ୍‌ ସିଂହ ଉପସ୍ଥିତି ଥିଲେ। ଏହି ପରିପ୍ରେକ୍ଷୀରେ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶାଲୁ ଜିନ୍ଦଲ ସିଏସଆର ବିଭାଗକୁ ଅଭନନ୍ଦନ ଜଣାଇଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀ ହୋତା କହିଥିଲେ, ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିବା ଏକ ଗୌରବର ବିଷୟ। ନାବାର୍ଡ ସହଯୋଗରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମନ୍ଵିତ ଜଳ ଛାୟା ବିକାଶ ପ୍ରକଳ୍ପ ଓ ଛତିଶଗଡ଼ର ତମ୍‌ନାର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ୍ଵାଡି ପ୍ରକଳ୍ପ ନିମନ୍ତେ ଜେଏସପିଏଲକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର