ଜ୍ୟୋତି ସୁଜୁକି ପକ୍ଷରୁ ଇନ୍‌ଟ୍ରୁଡର୍‌ ରାଇଡ୍‌

ଭୁବନେଶ୍ୱର: ଜ୍ୟୋତି ସୁକୁଜି, ପଟିଆ ପକ୍ଷରୁ  ‘ରାଇଡ୍‌ ଟୁ ବରୁଣେଇ’ ବା ବରୁଣେଇକୁ ଗାଡ଼ି ଚାଳନା ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତି ଇନ୍‌ଟ୍ରୁଡର ଗ୍ରୁପ୍‌ ସହଯୋଗରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। କଂପାନିର ଆଞ୍ଚଳିକ ପ୍ରବନ୍ଧକ(ବିକ୍ରି) ଦୀପକ ପାଣ୍ଡେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ କମ୍ପାନିର ଏରିଆ ମ୍ୟାନେଜର (ବିକ୍ରି) ଅନୁପ ମାହାତୋଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଜ୍ୟୋତି ମୋଟର୍ସର ନିତିଶ ପଣ୍ଡା ଚାଳକମାନଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର