କେଇଆଇ ଇଣ୍ଡଷ୍ଟ୍ରିଜ୍‌ର ୨୦୦ କୋଟି କାରବାର ଲକ୍ଷ୍ୟ

ଭୁବନେଶ୍ୱର: କେଇଆଇ ଇଣ୍ଡଷ୍ଟ୍ରିଜ୍‌ ଓଡ଼ିଶାରେ ଏହାର କାରବାର ପରିମାଣ ତିନି ଗୁଣା ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ୨୦୨୦-୨୧ ସୁଦ୍ଧା କଂପାନି ଏଠାରେ ୨୦୦ କୋଟି ଟଙ୍କାର କାରବାର କରିବାକୁ ଚାହୁଁଛି। କଂପାନି ଏହାର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛି। ସେଥିପାଇଁ ଏଠାରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ କଂପାନିର ସିଏମ୍‌ଡି ଅନିଲ ଗୁପ୍ତା କହିଛନ୍ତି ଯେ, ତିନି ବର୍ଷ ଭିତରେ ଆମେ ଆମର ନେଟ୍‌ଓ୍ଵର୍କ ପରିମାଣ ଦୁଇ ଗୁଣ ବୃଦ୍ଧି କରିବୁ। ୨୦୧୭-୧୮ରେ ଆମେ ଓଡ଼ିଶାରେ ୬୦ କୋଟି ଟଙ୍କାର କାରବାର କରିଥିଲୁ। ସେଥି ମଧ୍ୟରୁ ଓୟାର୍‌ ବିକ୍ରିରୁ ୨୫ କୋଟି ଟଙ୍କା ଓ କେବୁଲ୍‌ ବିକ୍ରିରୁ ୩୫ କୋଟି ଟଙ୍କା ଆୟ ହୋଇଥିଲା। ତିନି ବର୍ଷ ଭିତରେ ଆମର କାରବାର ପରିମାଣ ଏଠାରେ ୨୦୦ କୋଟି ଟଙ୍କା ହେବାର ଆମେ ଆଶା ରଖିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର