କେଣ୍ଟ୍‌-ଆର୍‌ଓ ଓ୍ଵାଟର୍‌ ପ୍ୟୁରିଫାୟର ହେବ ସ୍ମାର୍ଟ

ଭୁବନେଶ୍ୱର: ଦେଶର ପ୍ରତି ୧୦୦ ପରିବାର ମଧ୍ୟରୁ ମାତ୍ର ୩ଟି ପରିବାର ପାଖରେ ରହିଛି ଓ୍ଵାଟର୍‌ ପ୍ୟୁରିଫାୟର୍‌। ଏଭଳି ବିପୁଳ ସୁଯୋଗ ଥିବା ଦେଶରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଯୋଜନା ରଖିଛି କେଣ୍ଟ୍‌-ଆର୍‌ଓ। ଓ୍ଵାଟର୍‌ ପ୍ୟୁରିଫାୟର୍‌ରେ ଏହା ସ୍ମାର୍ଟ ପ୍ରଯୁକ୍ତି ବ୍ୟବହାର କରିବା ଉପରେ କାମ କରୁଛି। ପ୍ରଥମେ ଓ୍ଵାଟର୍‌ ପ୍ୟୁରିଫାୟର୍‌ ଓ ପରବର୍ତି ସମୟରେ କିଚେନ୍‌ ଆପ୍ଲାଏନ୍‌ସେସ୍‌ରେ ସ୍ମାର୍ଟ ପ୍ରଯୁକ୍ତି ବ୍ୟବହାର କରିବାକୁ କଂପାନି ଯୋଜନା ରଖିଛି। ଆଗାମୀ ୫-୬ ମାସ ଭିତରେ ଆମର ସ୍ମାର୍ଟ ଓ୍ଵାଟର୍‌ ପ୍ୟୁରିଫାୟର ବଜାରରେ ଉପଲବ୍ଧ ହେବ ବୋଲି କେଣ୍ଟ୍‌-ଆର୍‌ଓର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଡକ୍ଟର ମହେଶ ଗୁପ୍ତା କହିଛନ୍ତି। ଭୁବନେଶ୍ୱରରେ କଂପାନିର ନୂଆ ରେଞ୍ଜ୍‌ର ଓ୍ଵାଟର୍‌ ପ୍ୟୁରିଫାୟର୍‌କୁ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି। ନୂଆ ଓ୍ଵାଟର୍‌ ପ୍ୟୁରିଫାୟର୍‌ଗୁଡ଼ିକରେ କଂପାନି ସୁରକ୍ଷାର ଅତିରିକ୍ତ ସ୍ତର ସଂଯୋଗ କରିଛି। ଷ୍ଟୋରେଜ୍‌ ଟ୍ୟାଙ୍କ୍‌ରେ ୟୁଭି-ଏଲଇଡି ସୁରକ୍ଷା ସ୍ତର ବ୍ୟବହାର କରିଥିବା ବେଳେ ଡିଜିଟାଲ୍‌ ଡିସ୍‌ପ୍ଲେ ରହିଛି ଯାହା ପାଣିର ଶୁଦ୍ଧତା ବିଷୟରେ ସୂଚନା ଦେବ। ଶ୍ରୀ ଗୁପ୍ତା ଏହି ଅବସରରେ କହିଛନ୍ତି ଯେ, କଂପାନି ଗତବର୍ଷ ୮୫୦ କୋଟି ଟଙ୍କାର କାରବାର କରିଥିଲା। ଚଳିତ ବର୍ଷ ୯୫୦ କୋଟି ଟଙ୍କାର କାରବାର କରିବ। ଓଡ଼ିଶାରେ କଂପାନି ୫୦ କୋଟିରୁ ଅଧିକ ଟଙ୍କାର କାରବାର କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର