୨୦୨୦ ସୁଦ୍ଧା କିରୋସିନି ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ସୁଦ୍ଧା କିରୋସିନି ଉପରୁ ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଓ ସୌଭାଗ୍ୟ ଯୋଜନାରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଏଲପିଡି ସଂଯୋଗ ଓ ବିଜୁଳି ସଂଯୋଗ ପହଞ୍ଚୁଥିବାରୁ ଦେଶରେ କିରୋସିନିର ଚାହିଦା ହ୍ରାସ ପାଇଛି । ଆସନ୍ତା ୨୦୨୦ ସୁଦ୍ଧା ଦେଶର ପ୍ରାୟ ୯୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ଓ ଲକ୍ଷ୍ୟ ଧାର୍ଯ୍ୟକରାଯାଇଥିବା ପ୍ରାୟ ୧୦୦ ପ୍ରତିଶତ ଘରେ ବିଦ୍ୟୁତ ଶକ୍ତି ପହଞ୍ଚିବାର ଆଶା କରାଯାଉଛି । ଏହା ଫଳରେ ପ୍ରାୟ ପ୍ରତି ମାସରେ ଦେଶରେ କିରୋସିନି ବ୍ୟବହାର କମିଚାଲିଛି ।

ଗତ ଅକ୍ଟୋବର ମାସରେ ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଦିଲ୍ଲୀ, ଦାଦ୍ରା ଓ ନଗରହାବେଳୀ, ଡାମନ ଓ ଡିଉ, ହରିୟାନା, ଲକ୍ଷଦ୍ୱୀପ, ପୁଡୁଚେରୀ ଓ ପଞ୍ଜାବରେ କିରୋସିନି ବ୍ୟବହାର ଶୂନ ରହିଥିଲା । ଅନ୍ୟରାଜ୍ୟମାନଙ୍କରେ ମଧ୍ୟ ଏହା କମିଚାଲିଛି । ୨୦୧୫-୧୬ରେ ଦେଶରେ କିରୋସିନି ବ୍ୟବହାର ୬.୮ ନିୟୁତ ଟନ ଥିବାବେଳେ ୨୦୧୬-୧୭ରେ ତାହା ୫.୩ ନିୟୁଟ ଟନକୁ ହ୍ରାସ ପାଇଛି ।

୨୦୧୫-୧୬ରେ ଦେଶରେ କିରୋସିନି ବ୍ୟବହାର ୬.୮ ନିୟୁତ ଟନ ଥିବାବେଳେ ୨୦୧୬-୧୭ରେ ତାହା ୫.୩ ନିୟୁଟ ଟନକୁ ହ୍ରାସ ପାଇଛି । କିରୋସିନି ବଦଳରେ ଲୋକେ ଏଲପିଜି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । କିରୋସିନି ବ୍ୟବହାର କମିବା ସହ ସରକାରଙ୍କ ସବସିଡି ବିଲ୍‌ ମଧ୍ୟ କମୁଛି । ୨୦୧୬-୧୭ରେ ସରକାରଙ୍କ କିରୋସିନି ସବସିଡି ବାବଦ ବ୍ୟୟ ୭୫୯୫ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ତାହା ୪୫୦୦ କୋଟିକୁ ହ୍ରାସ ପାଇବାର ସମ୍ଭାବନା ରହିଛି ।

 

କିରୋସିନି ବଦଳରେ ଲୋକେ ଏଲପିଜି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । କିରୋସିନି ବ୍ୟବହାର କମିବା ସହ ସରକାରଙ୍କ ସବସିଡି ବିଲ୍‌ ମଧ୍ୟ କମୁଛି । ୨୦୧୬-୧୭ରେ ସରକାରଙ୍କ କିରୋସିନି ସବସୀଡି ବାବଦ ବ୍ୟୟ ୭୫୯୫ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ତାହା ୪୫୦୦ କୋଟିକୁ ହ୍ରାସ ପାଇବାର ସମ୍ଭାବନା ରହିଛି ।

ତେବେ ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବଜାରରେ ବିଗତ କିଛି ମାସ ଧରି ତେଲଦର ବୃଦ୍ଧି ପାଇଚାଲିଥିବାରୁ ସରକାରଙ୍କ ଏଲପିଜି ବାବଦ ସବସିଡି ବ୍ୟୟ ଭାର ବଢିଚାଲିଛି ।

ସମ୍ବନ୍ଧିତ ଖବର