ନୂଆଦିଲ୍ଲୀ: ଖଦି କାରିଗରଙ୍କ ମଜୁରିରେ ୩୬ ପ୍ରତିଶତରୁ ଊର୍ଧ୍ୱ ବୃଦ୍ଧି ପାଇଁ ଖଦି ଓ ଗ୍ରାମ୍ୟ ଶିଳ୍ପ ଆୟୁକ୍ତ (କେଭିଆଇସି) ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ମଞ୍ଜୁରି ଦେଇଛି। କାରିଗରଙ୍କ ମଜୁରି ୟୁନିଟ୍ (ହ୍ୟାଙ୍କ୍) ପିଛା ୫ ଟଙ୍କା ୫୦ ପଇସାରୁ ୭ ଟଙ୍କା ୫୦ ପଇସାକୁ ବୃଦ୍ଧି କରାଯାଇଛି। ଏହାକୁ ପିଛିଲା ଭାବେ ଚଳିତବର୍ଷ ଅଗଷ୍ଟ ୧୫ରୁ ଲାଗୁ କରାଯିବ। ଖଦି କାରିଗରଙ୍କ ମଜୁରି ବୃଦ୍ଧି ସହିତ ବଜାର ବିକାଶ ସହାୟତା (ଏମ୍ଏମ୍ଡିଏ)କୁ ମଧ୍ୟ ମନ୍ତ୍ରାଳୟ ମଞ୍ଜୁରି ଦେଇଛି। ମଜୁରି ବୃଦ୍ଧି ଯୋଗୁ ଅଧିକ ଲୋକ ସୂତା କାଟିବାକୁ ପେସା ଭାବେ ଗ୍ରହଣ କରିବେ ବୋଲି କେଭିଆଇସି ଅଧ୍ୟକ୍ଷ ଭି. କେ. ସାକ୍ସେନା କହିଛନ୍ତି।
ଖଦି କାରିଗରଙ୍କ ମଜୁରିରେ ୩୬% ବୃଦ୍ଧି
/sambad/media/post_attachments/wp-content/uploads/2018/09/Transcrop-kxzH-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)