ଖିମ୍‌ଜି ହୋଣ୍ଡାର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ଖିମ୍‌ଜି ହୋଣ୍ଡାର ସକ୍ରିୟ ସହଯୋଗରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏକ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗତମାସ ୨୭ ଓ ୨୮ ତାରିଖରେ ଏହି ଶିବିର ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ବିଶେଷକରି ଛାତ୍ରୀମାନଙ୍କୁ ନିରାପଦ ସ୍କୁଟର ଚାଳନା ସମ୍ପର୍କରେ ବୁଝାଯାଇଥିଲା। ଛାତ୍ରଛାତ୍ରୀମାନେ ବିନା ମୂଲ୍ୟରେ ଏହି ଶିବିରରେ ଯୋଗଦେଇ ତାଲିମ ନେଇଥିଲେ। ସଡ଼କ ସୁରକ୍ଷା ସଚେତନତାର ପ୍ରଚାର ପ୍ରସାର ଲାଗି ଖିମ୍‌ଜି ହୋଣ୍ଡା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା।

ସମ୍ବନ୍ଧିତ ଖବର