ଖିମ୍‌ଜୀ ଜୁଏଲର୍ସରେ ‘ଦି ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌’

ଭୁବନେଶ୍ୱର: ଚଳିତବର୍ଷ ଅକ୍ଷୟ ତୃତୀୟା ଉପଲକ୍ଷେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ‘ ଦି ଗ୍ରେଟ୍‌ ଅକ୍ଷୟ ତୃତୀୟ ସେଲ୍‌’ ଆରମ୍ଭ କରାଯାଇଛି। ଏଥିରେ ଆକର୍ଷଣୀୟ ଅଫର୍‌ ଘୋଷଣା କରାଯାଇଛି। ସୁନା ଗହଣାର ମୋଟ ମୂଲ୍ୟ ଉପରେ ୫.୪ ପ୍ରତିଶତ ରିହାତି, ହୀରା ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଏବଂ ରୁପା ସାମଗ୍ରୀ ଉପରେ ଫ୍ଲାଟ୍‌ ୫୦ ପ୍ରତିଶତ ରିହାତି, ୧୮ ସିଜେଡ୍‌ ଗହଣା ଉପରେ ଫ୍ଲାଟ୍‌ ୧୦ ପ୍ରତିଶତ ରିହାତି, ନାମୀଦାମୀ ବ୍ରାଣ୍ଡ୍‌ର ଘଣ୍ଟା ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଏବଂ ଫେସନ୍‌ ଜୁଏଲାରି ଉପରେ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଏହା ଉପଲବ୍ଧ ହେବ। ଏଥିସହିତ ଖିମ୍‌ଜୀ ଜୁଏଲର୍ସର ସୋ’ରୁମ୍‌ ଗୁଡ଼ିକ ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ ଏବଂ ରାଉରକେଲାରେ ରହିଛି। ସବୁ ସୋ’ରୁମ୍‌ରେ ଏସବୁ ଅଫର୍‌ ଗ୍ରାହକଙ୍କୁ ମିଳୁଛି। ଏଥିସହିତ ସୋ’ରୁମ୍‌ ଗୁଡ଼ିକରେ ସୁନା, ରୁପା,ହୀରା, ପ୍ଲାଟିନମ୍‌ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଓ ପ୍ରସ୍ତରରେ ନିର୍ମିତ ବ୍ୟାପକ ବର୍ଗର ଗହଣା ଏବଂ ଫେସନ୍‌ ସାମଗ୍ରୀ, ନାମୀଦାମୀ ବ୍ରାଣ୍ଡ୍‌ର ହାତ ଘଣ୍ଟା ଓ ପର୍‌ଫ୍ୟୁମ୍‌ ଆଦି ଉପଲବ୍ଧ କରାଯାଇଛି। ଚଳିତବର୍ଷର ଅଫର୍‌ ମାଧ୍ୟମରେ ଗ୍ରାହକଙ୍କୁ ଅକ୍ଷୟ ତୃତୀୟାରେ ସର୍ବାଧିକ ଖୁସି ପ୍ରଦାନ ଲାଗି ପ୍ରଚେଷ୍ଟା କରାଯାଇଛି ବୋଲି ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି।

ସମ୍ବନ୍ଧିତ ଖବର