ଭାରତରେ ‘କିଆ’ କାର୍‌ ଉତ୍ପାଦନ ଆରମ୍ଭ

ଭୁବନେଶ୍ବର: ବିଶ୍ବର ଅଷ୍ଟମ ବଡ଼ କାର୍‌ କଂପାନି ‘କିଆ’ ପକ୍ଷରୁ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଠାରେ ସ୍ଥାପନ କରାଯାଇଥିବା କାରଖାନାରୁ ଉତ୍ପାଦନ ଆରମ୍ଭ କରାଯାଇଛି। କଂପାନି ପକ୍ଷରୁ କିଆର୍‌ର ଏସ୍‌ପି୨ଆଇ ମଡେଲ୍‌ ଏସ୍‌ୟୁଭିକୁ ଉତ୍ପାଦନ କରାଯାଇଛି। ଏହି ଗାଡ଼ିକୁ ଉନ୍ମୋଚନ କରିବା ପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଭାରତରେ ଅବସ୍ଥାପିତ କୋରିଆ ରାଷ୍ଟ୍ରଦୂତ ସିନ୍‌ ବଙ୍ଗ୍‌କିଲ୍‌, କିଆ ମୋଟର୍ସର ସିଇଓ ହାନ୍‌-ଉ ପାର୍କ ଓ କିଆ ମୋଟର୍ସ ଇଣ୍ଡିଆର ପରିଚାଳନା ନିର୍ଦେଶକ କୁକ୍‌ ହୁନ୍‌ସିମ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର