କିଆ ମୋଟର୍ସ-ଆନ୍ଧ୍ର ବୁଝାମଣା

ଭୁବନେଶ୍ୱର: କାର୍‌ ନିର୍ମାଣ କରୁଥିବା ବିଶ୍ବସ୍ତରୀୟ ସଂସ୍ଥା କିଆ ମୋଟର୍ସ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭବିଷ୍ୟତରେ ଗମନାଗମନରେ ବ୍ୟବହାର ହେଉଥିବା ଯାନ ବିକଶିତ କରିବା ହେଉଛି ଏହି ବୁଝାମଣାର ଲକ୍ଷ୍ୟ। କିଆ ମୋଟର୍ସ‌୍ ପକ୍ଷରୁ ଆନ୍ଧ୍ରରେ ଇଲେକ୍ଟ୍ରିକ୍ ଯାନ ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକଶିତ କରାଯିବ। ଆନ୍ଧ୍ର ପ୍ର‌ଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଏବଂ କିଆ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ କୁକ୍‌ହୁନ୍ ସିମ୍‌ଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ସମ୍ବନ୍ଧିତ ଖବର