ଭାରତରେ ଲଞ୍ଚ ହେଲା କିଆ ସେଲଟସ, ଜାଣନ୍ତୁ ମୂଲ୍ୟ 

ନୂଆଦିଲ୍ଲୀ: ସାଉଥ କୋରିଆ କାର ନିର୍ମାତା କମ୍ପାନୀ କିଆ ମୋଟର୍ସ ଭାରତୀୟ ବଜାରରେ ନିଜ ପ୍ରଥମ କାର ଏସୟୁଭି ସେଲଟସକୁ ଲଞ୍ଚ କରିଛି | କମ୍ପାନୀର ଏହି କାରକୁ ବହୁ ସମୟ ଧରି ଅପେକ୍ଷା କରାଯାଇଥିଲା | ଅଟୋ ଏକ୍ସପୋ ୨୦୧୮ରେ ଏହି କାରକୁ ପ୍ରଥମେ ପ୍ରଦର୍ଶିତ କରାଯାଇଥିଲା | ଗୋଟିଏ ପଟେ ଭାରତରେ କାର ମାର୍କେଟରେ ମାନ୍ଦାବସ୍ଥା ଦେଖାଦେଇଥିବାବେଳେ ଏବେ ଏହି କମ୍ପାନୀ କାର ଲଞ୍ଚ କରିଛି |

ଏହି କାରର ପ୍ରାରମ୍ଭିକ ମୂଲ୍ୟ ୯ ଲକ୍ଷ ୬୯ ହଜାର ଟଙ୍କା ରହିଛି | ଏଠାରେ ସୂଚନା ଥାଉ କି ଗୋଟିଏ ଦିନ ପୂର୍ବରୁ ମାରୁତି ପକ୍ଷରୁ ଏମପିବି ଏକ୍ସଏଲ-୬ ଲଞ୍ଚ କରାଯାଇଥିଲା | ଏହି କାରର ପ୍ରାରମ୍ଭିକ ମୂଲ୍ୟ ୯ ଲକ୍ଷ ୭୯ ହଜାର ଟଙ୍କା ଥିବାବେଳେ ସେଲଟସର ବୁକିଂ ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇଯାଇଛି |

କମ୍ପାନୀର କହିବା ମୁତାବକ ପ୍ରଥମ ଦିନରେ ୬ ହଜାରରୁ ଅଧିକ ବୁକିଂ ହୋଇଛି | ବର୍ତ୍ତମାନ ଯାଏଁ ୩୨ ହଜାର ୦୩୫ଟି ବୁକିଂ ହୋଇଥିବାର କୁହାଯାଇଛି | ଏହି କାରରେ ୬ ସ୍ପିଡ଼ ମାନୁଆଲ ଇଂଜିନ ଦିଆଯାଇଛି | କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଭାରତର ଯୁବପିଢ଼ିଙ୍କୁ ଲକ୍ଷ୍ୟ ରଖି ଏହି କାରକୁ ପ୍ରସ୍ତୁତ କରାଯାଇଛି |

ସମ୍ବନ୍ଧିତ ଖବର