କିଷାନ ବିକାଶ ପତ୍ର ସୁଧ କମିଲା

ନୂଆଦିଲ୍ଲୀ: କିଷାନ ବିକାଶ ପତ୍ର (କେଭିପି) ସୁଧ ହାରରେ ହ୍ରାସ ଘୋଷଣା କରାଯାଇଛି। ସେପ୍ଟେମ୍ବର ତ୍ରୟମାସ ପାଇଁ ଏହା ଉପରେ ୭.୬% ସୁଧ ମିଳିବ। ପୂର୍ବରୁ କିଷାନ ବିକାଶ ପତ୍ରରେ ୭.୭% ସୁଧ ମିଳୁଥିଲା। ଏହାର ମାଚ୍ୟୁରିଟି ଅବଧିକୁ ମଧ୍ୟ ଏକ ମାସ ବଢ଼ାଇ ଦିଆଯାଇଛି। ପୂର୍ବରୁ ୯ ବର୍ଷ ୪ ମାସରେ କିଷାନ ବିକାଶ ପତ୍ରର ନିବେଶ ରାଶି ଦ୍ବିଗୁଣିତ ହେଉଥିଲା। ୨୦୧୯ ଜୁଲାଇ ୧ ପରେ କିଷାନ ବିକାଶ ପତ୍ରରେ ନିବେଶ କରାଯାଇଥିବା ରାଶି ଦ୍ବିଗୁଣିତ ହେବା ପାଇଁ ୯ ବର୍ଷ ୫ ମାସ ସମୟ ଲାଗିବ। ଡାକଘରଗୁଡ଼ିକରେ କେଭିପି ବିକ୍ରି ହେଉଛି। ନିବେଶର ଅଢ଼େଇ ବର୍ଷ ପରେ ଏଥିରେ ଥିବା ଟଙ୍କା ଉଠାଇ ପାରିବାର ସୁବିଧା ରହିଛି।

ସମ୍ବନ୍ଧିତ ଖବର