ନୂଆଦିଲ୍ଲୀ: ଏନ୍ଡିଏ ସରକାର ଶାସନ ଭାର ଗ୍ରହଣ କରିବା ପରେ କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କର ସମ୍ପର୍କ କିଭଳି? ତାହା କିଶୋର କୁମାରଙ୍କ ଗୀତ ମାଧ୍ୟମରେ ଅତି ସୁନ୍ଦର ଭାବେ ବୁଝାଇଛନ୍ତି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ। ହିନ୍ତୁସ୍ତାନ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମପ୍ରାପ୍ତ ଶ୍ରୀ ଆଚାର୍ଯ୍ୟ ସୁଧ ହାର ଉପରେ ନିଷ୍ପତ୍ତି ନେବା ବେଳେ ରିଜର୍ଭ ବ୍ୟାଙ୍କର ସ୍ଥିତିକୁ ଜଣାଇବାକୁ ଯାଇ ଗାଇଥିଲେ ‘ଆପ୍କେ (ଅର୍ଥମନ୍ତ୍ରୀ) ଅନୁରୋଧ ପେ ମେ ୟେ ରେଟ୍ ଘଟା ରହାହୁଁ (ଆପଣଙ୍କ ଅନୁରୋଧରେ ମୁଁ ଏହି ସୁଧ ହାର ହ୍ରାସ କରୁଛି)। ୧୯୭୭ରେ ରିଲିଜ୍ ହୋଇଥିବା ରାଜେଶ ଖାନ୍ନାଙ୍କ ସିନେମା ଅନୁରୋଧର ଏକ ଗୀତ ‘ଆପ୍କେ ଅନୁରୋଧ ପେ ମେଁ ୟେ ଗୀତ ସୁନାତା ହୁଁ’ (ଆପଣଙ୍କ ଅନୁରୋଧରେ ମୁଁ ଏହି ଗୀତ ଶୁଣାଉଛି)କୁ ସେ ଏଭଳି ଢ଼ଙ୍ଗରେ ଗାଇଥିଲେ।
ମୁଦ୍ରାନୀତି ବେଳେ ସୁଧ କମାଇବାକୁ ଚାହୁଁନଥିବା ଗଭର୍ଣ୍ଣରଙ୍କ ମନର ଭାବନାକୁ ସେ ଏହି ଗୀତ ଗାଇ ଜଣାଇଥିଲେ ‘ନେହିଁ ନେହିଁ ଅଭି ନେହିଁ, ଥୋଡା କରୋ ଇନ୍ତେଜାର (ନା ନା ଏବେ ନୁହେଁ, କିଛି ସମୟ ଅପକ୍ଷୋ କର)। ସେହି ସମୟରେ ଅର୍ଥମନ୍ତ୍ରୀଙ୍କ ମନର କଥାକୁ ଜଣାଇବା ପାଇଁ ଏହି ଗୀତ ଗାଇଥିଲେ ‘ମେଁ ହୁଁ ବେକରାର୍ (ମୁଁ ବହୁତ ବ୍ୟଗ୍ର)।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର