କୋଚିରେ ଖୋଲିଲା ଭାରତର ପ୍ରଥମ କ୍ୟାସିୟର ଫ୍ରି ସ୍ମାର୍ଟ ସୁପରମାର୍କେଟ, ଜିନିଷ କିଣିବା ପରେ ଧାଡ଼ି ବାନ୍ଧି ଦେବାକୁ  ପଡ଼ିବ ନାହିଁ ଟଙ୍କା,ଜାଣନ୍ତୁ କ’ଣ ରହିଛି ସୁବିଧା

କୋଚି : କେରଳର  କୋଚିରେ ଭାରତର ପ୍ରଥମ କ୍ୟାସିୟର ଫ୍ରି ସ୍ମାର୍ଟ ଷ୍ଟୋରର ଆରମ୍ଭ କରାଯାଇଛି । ଏହି ଷ୍ଟୋରକୁ ଯାଇ  ଆପଣମାନେ ଜିନିଷ କିଣି ସାରିବା ପରେ ଟଙ୍କା ନ ଦେଇ ଘରକୁ ଆସି ପାରିବେ । କିଣିଥିବା ଜିନିଷର ଟଙ୍କା ଦେବା ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଧାଡ଼ି ବାନ୍ଧି ଠିଆ ହେବାକୁ ପଡ଼ିବ ନାହିଁ । ଆମେରିକାରେ ଥିବା ଆମାଜନ୍‌ ଗୋ ଷ୍ଟୋରରୁ ଅନୁପ୍ରାଣିତ ହୋଇ ଏହାକୁ ପ୍ରଥମ ଥର ପାଇଁ ଭାରତରେ ଖୋଲା ଯାଇଥିବା ବେଳେ ଧିରେ ଧିରେ ଏହା ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଖୋଲାଯିବ ବୋଲି ଜଣା ପଡ଼ିଛି । ଏହି ଷ୍ଟୋରରୁ ଜିନିଷ କିଣି ଆସିବା ପରେ ଆପଣମାନଙ୍କ ଆକାଉଣ୍ଟରୁ କିଣିଥିବା ଜିନିଷର ଟଙ୍କା ଆପେ ଆପେ କଟିଯିବ ।

oneindia.com

ସୂଚନା ମୁତାବକ, କୋଚିରେ ଖୋଲା ଯାଇଥିବା ଓ୍ଵାଟାସେଲ୍‌ ଷ୍ଟୋରରୁ ଜିନିଷ କିଣିବା ପାଇଁ ହେଲେ ଗ୍ରାହକମାନଙ୍କୁ ଓ୍ଵାଟାସେଲ୍‌ର ଆପ୍‌କୁ ଡ଼ାଉନ୍‌ଲୋଡ଼ କରିବାକୁ ହେବ । ଏହା ପରେ ନିଜର ଇ-ମେଲ୍‌ ଆଇଡ଼ି ଏବଂ ଫୋନ ନମ୍ବର ଦେଇ ଆପ୍‌ରେ ଗ୍ରାହକମାନଙ୍କୁ ରେଜିଷ୍ଟର କରିବାକୁ ହେବ । ରେଜିଷ୍ଟର କରିବା ପରେ ଗ୍ରାହକମାନଙ୍କ ପାଖକୁ ଏକ କ୍ୟୁଆର୍‌(QR)କୋଡ଼୍‍ ଆସିବ । ଯାହାକୁ ସେମାନେ ଓ୍ଵାଟାସେଲ୍‌ ଷ୍ଟୋର ମଧ୍ୟରେ ପ୍ରବେଶ କରିବା ପାଇଁ ବ୍ୟବହାର କରି ପାରିବେ । ଓ୍ଵାଟାସେଲ୍‌ ଷ୍ଟୋର ଭିତରକୁ ଯିବା ପାଇଁ ଗ୍ରାହକଙ୍କୁ ଏହି କ୍ୟୁଆର୍‌ କୋଡ଼୍‍ ସ୍କାନ୍‌ କରିବାକୁ ପଡ଼ିବ । ଯାହା ପରେ ସେମାନେ ଭିତରକୁ ଯାଇ ଜିନିଷ କିଣି ପାରିବେ । ଓ୍ଵାଟାସେଲ୍‌ ଷ୍ଟୋରର ଛାତରେ କ୍ୟାମେରା ଏବଂ ଥାକରେ ସେନ୍ସରର ବ୍ୟବସ୍ଥା ରହିଛି, ଯାହା ଗ୍ରାହାକଙ୍କ ଗତିବିଧି ଉପରେ ନଜର ରଖିବ । ସେମାନେ କେଉଁ ଜିନିଷ ଟ୍ରଲିରେ ରଖିଲେ,ତାହାର ଦାମ୍‌ କେତେ ଏବଂ କେଉଁ ଜିନିଷକୁ ଦେଖି ପୁଣି ଥାକରେ ରଖିଦେଲେ ସେ ସବୁ ଉପରେ ନଜର ରଖିବ କ୍ୟାମେରା । ସେନ୍ସର ଦ୍ୱାରା ଜିନିଷର ଦାମ୍‌ ଜଣା ପଡ଼ିଯିବା ପରେ ଗ୍ରାହକ କେତେ ଟଙ୍କାର ଜିନିଷ କିଣିଲେ ସେ ସବୁ ଆପେ ଆପେ ଗ୍ରାହକଙ୍କ ଆକାଉଣ୍ଟରୁ କଟିଯିବ ।

ସମ୍ବନ୍ଧିତ ଖବର