କାଲକାତାରେ ୨୬ରୁ ଫୁଡ୍‌ଟେକ୍‌-୨୦୧୭

କୋଲକାତା: ଖାଦ୍ୟ ଏବଂ ଆତିଥେୟତା କ୍ଷେତ୍ରରେ ପୂର୍ବ ଭାରତର ଏକ ପ୍ରଦର୍ଶନୀ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। କୋଲକାତାର ସାଇନ୍ସ ସିଟି ପ୍ରଦର୍ଶନୀ କମ୍ପ୍ଲେକ୍ସରେ ହେବାକୁ ଥିବା ଏହି ୩ ଦିନିଆ ପ୍ରଦର୍ଶନୀ ପାଉଁରୁଟି ନିର୍ମାତା, ମିଠେଇ ସାମଗ୍ରୀ ନିର୍ମାତା, ଖାଦ୍ୟ ପ୍ରକ୍ରିୟାକରଣ କରୁଥିବା ଉଦ୍ୟୋଗୀ, ହୋଟେଲ ମାଲିକ, ରେସ୍ତୋରାଁ, କ୍ୟାଟରିଂ ସେବା ପ୍ରଦାନ କରୁଥିବା ବ୍ୟକ୍ତି, ମିଠା ଏବଂ ସ୍ନାକ୍ସ ପାର୍ଲରର ମାଲିକ ଯୋଗଦେଇ ଖାଦ୍ୟ ପ୍ରଯୁକ୍ତି କ୍ଷେତ୍ରରେ ଆସିଥିବା ନୂଆ ପ୍ରଯୁକ୍ତି ସମ୍ପର୍କରେ ଅବଗତ ହୋଇପାରିବେ। ଏହି ପ୍ରଦର୍ଶନୀରେ ଦେଶବିଦେଶରୁ ୧୨୫ରୁ ଖ୍ୟାତନାମା କମ୍ପାନି ଭାଗନେଇ ସେମାନଙ୍କ ମେସିନ ଓ ଅନ୍ୟାନ୍ୟ ଉପକରଣର ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର