କୃପାଜଳ କଲେଜ‌ରେ ଏଣ୍ଟ୍ରପ୍ରିନିୟରସିପ୍ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ବର: ସ୍ଥାନୀୟ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ‌ର ସ୍ବାମୀ ବିବେକାନନ୍ଦ ହଲ୍‌ରେ ଇନୋଭେସନ୍ ଏଣ୍ଡ୍ ଏଣ୍ଟ୍ରପ୍ରିନିୟରସିପ୍ ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ କୃପାଜଳର ଚେୟାରମ୍ୟାନ୍ ଡ. ଭବାନୀ ଚରଣ ରଥ, ତତ୍ତ୍ବ ଟେକ୍ନୋଲୋଜିର ଏମଡି ଅୟେଶକାନ୍ତ ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟ ମ୍ୟାନେଜମେଣ୍ଟ ବିଭାଗ ପ୍ରଫେସର ଡ ବିଦୁଭୂଷଣ ମିଶ୍ର, କୃପାଜଳ ଇଞ୍ଜିନିୟରିଂ କଲେଜର ପ୍ରିନ୍ସପାଲ ଡ ନିରଞ୍ଜନ ମିଶ୍ର, ଡାଇରେକ୍ଟର ବିଭୂତି ଭୂଷଣ ରଥ ଏବଂ କେଏମ୍‌ଏସ୍‌ର ଅଧ୍ୟକ୍ଷ ଡ. ତନ୍ମୟ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ଚାକିରି ପଛରେ ନ ଗୋଡ଼ାଇ ଅଗ୍ରଣୀ ଉଦ୍ୟୋଗୀ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ନୂଆ ଚିନ୍ତାଧାରାକୁ ବ୍ୟବହାର କରି ଜୀବନରେ କମ୍ ସମୟ ମଧ୍ୟରେ ବହୁ ଆଗକୁ ଯାଇଥିବା ସଫଳ ଉଦ୍ୟୋଗୀମାନଙ୍କ ଉଦାହରଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମନୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର