ରାଜସ୍ବ ଦୁଇ ଗୁଣ ବଢ଼ାଇବ ‘କର୍ଲ-ଅନ୍’

ଭୁବନେଶ୍ବର: ଅଗ୍ରଣୀ ମା‌ଟ୍ରେସ୍‌ ନିର୍ମାତା କର୍ଲ-ଅନ୍‌ର ସିଏମ୍‌ଡି ଟି ସୁଧାକର ପାଇ କହିଛନ୍ତି ଯେ, କଂପାନିର ଆଗାମୀ ତିନି ବର୍ଷରେ ଏହାର ରାଜସ୍ବ ପରିମାଣକୁ ଦ୍ବିଗୁଣିତ କରି ୨୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। କଂପାନି ଆଗାମୀ ଦିନରେ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଉଚ୍ଚ ମାନର, ସ୍ବତନ୍ତ୍ର ଓ ପ୍ରିମିୟମ୍ ଉତ୍ପାଦ ବିକଶିତ କରିବା ଉପରେ ଧ୍ୟାନ ଦେବ। ଆଗାମୀ ପିଢ଼ିର ଯୁବ ଗ୍ରାହକଙ୍କ ଜରିଆରେ କଂପାନି ଏହାର କାରବାର ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ସେ କହିଲେ, ଉତ୍ପାଦ ପରିମାଣ ଦ୍ବିଗୁଣିତ କରିବା ପାଇଁ ଆମେ ୨୦୦ କୋଟି ଟଙ୍କା ନିବେଶ କରିଛୁ। ସୁଦୃଢ଼ ଫ୍ରାଞ୍ଚାଇଜି ମଡେଲ୍‌ ଓ ଡିଲରସିପ୍ ନେଟୱର୍କ ଜରିଆରେ କଂପାନି ଅଧିକରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର