କର୍ଲ-ଅନ୍‌ ଲଞ୍ଚ କଲା ’ଏସ୍‌ଟିଆର୮’ ଟେକ୍‌ନୋଲୋଜି

ଭୁବନେଶ୍ୱର : କର୍ଲ-ଅନ୍‌ ଭାରତର ଅଗ୍ରଣୀ ଓ ସର୍ବାଧିକ ବିକ୍ରି ହେଉଥିବା ମାଟ୍ରେସ୍‌, ହୋମ୍‌ ଫର୍ଣ୍ଣିଚର ଓ ଫର୍ଣ୍ଣିସିଂ ବ୍ରାଣ୍ଡ କମ୍ପାନୀ ସଂପ୍ରତି ଏହାର ଅଭିନବ ଉତ୍ପାଦ ଏସ୍‌ଟିଆର ୮ ଟେକ୍‌ନୋଲୋଜିର ଶୁଭାରମ୍ଭ କରିଛି। ଏହା ହେଉଛି ଏପରି ଏକ ଟେକ୍‌ନୋଲୋଜି ଯେଉଁଥିରେ ମାଟ୍ରେସ୍‌ର ଦୃଢ଼ତା ଓ କୋମଳତା ଦ୍ୱାରା ଉପଯୁକ୍ତ ମାଂସପେଶୀ ସଂପ୍ରସାରଣ ଓ ବିକାଶ ହୋଇପାରିବ। ଆଜିକାଲି ବହୁଲୋକ ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଖୁବ୍‌ କମ୍‌ କାଯର୍‌ୟ କରୁଥିବା ହେତୁ ସେମାନଙ୍କ ପାଇଁ ଏହି ମାଟ୍ରେସ୍‌ର ଗୁରୁତ୍ୱ ରହିଛି। ଏହା ବ୍ୟତୀତ ଏହି ମାଟ୍ରେସ୍‌ ୨୦-୪୦% ହାଲୁକା ଓ ସହଜରେ ବ୍ୟବହାର କରାଯାଇପାରିବ। କର୍ଲ-ଅନ୍‌ର ଏପ୍ରକାର କଏର ମାଟ୍ରେସ୍‌ ପ୍ରଥମ ଥର ପାଇଁ ବଜାରକୁ ଆସିଛି। ଏଥିପାଇଁ ସହରରେ ଆୟୋଜିତ ଏକ ପ୍ରେସ୍‌ ବୈଠକରେ କମ୍ପାନୀର ନୂଆ ଟେକ୍‌ନୋଲୋଜି ଓ ବିକାଶ ସମ୍ବନ୍ଧରେ କର୍ଲ-ଅନ୍‌ ତାର ଉତ୍ପାଦ ଗୁଡ଼ିକର ଅଭିନବତା ଓ ନୂତନ ବୈଷୟିକି ଗୁରୁତ୍ୱ ଉପରେ ଘୋଷଣା କରିଛି। ତାର ଉତ୍ପାଦ ଗୁଡ଼ିକ ଆଧୁନିକ, ଯୁବ ତଥା ସମୁଦାୟ ଭାରତୀୟ ଗ୍ରାହକମାନଙ୍କ ଉପଯୋଗୀ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଆଉ ମଧ୍ୟ କମ୍ପାନୀ ୧୨୫ ଟି ପ୍ରକାରର ନୂଆ ଉତ୍ପାଦ ଓ ଅଭିନବ ବୈଷୟିକି ବିଶିଷ୍ଟ ମାଟ୍ରେସ୍‌ ଓ ହୋମ୍‌ ଫର୍ଣ୍ଣିଚର ଶ୍ରେଣୀକୁ ଆଗାମୀ ୨ ବର୍ଷ ମଧ୍ୟରେ ବଜାରକୁ ଆଣିବ ବୋଲି ସୂଚନା ଦେଇଛି। କର୍ଲ-ଅନ୍‌ର ଏହି ସଂପ୍ରସାରିତ ଯୋଜନା ଗତ କିଛିଦିନ ହେବ ଆରମ୍ଭ ହୋଇ ବର୍ତମାନ ଭାରତରେ ଏହା ସର୍ବାଧିକ ବିକ୍ରି ହେଉଥିବା ବ୍ରାଣ୍ଡର ମାନ୍ୟତା ପାଇଛି ଓ ଗତ ବର୍ଷ ମଧ୍ୟ ବିକ୍ରି କ୍ଷେତ୍ରରେ ଏହା ଅଭୂତପୂର୍ବ ସଫଳତା ଲାଭ କରିଛି।

ସମ୍ବନ୍ଧିତ ଖବର