କର୍ଲ-ଅନ୍‌ ମାଟ୍ରେସ୍‌କୁ ହାଲୁକା କରିବ ନୂଆ ପ୍ରଯୁକ୍ତି

ଭୁବନେଶ୍ୱର: କର୍ଲ-ଅନ୍‌ ପକ୍ଷରୁ ‘ଷ୍ଟ୍ରେଟ୍‌’ ନାମକ ନୂଆ ପ୍ରଯୁକ୍ତିକୁ ଉନ୍ମୋଚନ କରାଯାଇଛି ଯାହା ମାଟ୍ରେସ୍‌କୁ ୨୦-୪୦% ହାଲୁକା କରିବ। ଏହା ମାଟ୍ରେସ୍‌ରେ କୋମଳତା ଓ ଦୃଢ଼ତାର ଏକ ଉପଯୁକ୍ତ ସନ୍ତୁଳନ ରକ୍ଷା କରିବ ଯାହା ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ପ୍ରଥମେ ଏହି ପ୍ରଯୁକ୍ତିକୁ କଂପାନିର କଏର୍‌ ମାଟ୍ରେସ୍‌ରେ ବ୍ୟବହାର କରାଯାଇଛି। ପରବର୍ତି ସମୟରେ ଫୋମ୍‌ ଓ ସ୍ପ୍ରିଙ୍ଗ୍‌ ମାଟ୍ରେସ୍‌ରେ ତାହାକୁ ବ୍ୟବହାର କରାଯିବ ବୋଲି କଂପାନିର ମୁଖ୍ୟ ମାର୍କେଟିଂ ଅଧିକାରୀ ଆଶୁତୋଷ ବୈଦ କହିଛନ୍ତି। ସେ କହିଲେ ମାଟ୍ରେସ୍‌ ବ୍ୟତୀତ ଆମେ ହୋମ୍‌ ଫର୍ଣ୍ଣିଚର୍‌ କ୍ଷେତ୍ରରେ ଅଧିକ ଉତ୍ପାଦ ଆଣିବାକୁ ଯୋଜନା ରଖିଛୁ। ଭୁବନେଶ୍ୱରରେ ଆମେ ନୂଆ କାରଖାନା ଖୋଲିଥିବା ବେଳେ ଆଗାମୀ ଦିନରେ ଆସାମରେ ଏକ କାରଖାନା ଖୋଲିବାକୁ ଯାଉଛୁ। ଏହା ଦ୍ୱାରା ଆମର କାରଖାନାଗୁଡ଼ିକର ସ୍ଥାପିତ ଉତ୍ପାଦନ କ୍ଷମତା ମାସିକ ୧ ଲକ୍ଷ ମାଟ୍ରେସ୍‌ରେ ପହଞ୍ଚିଯିବ। ଏହି ଅବସରରେ କଂପାନିର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ-ଓଡ଼ିଶା ଓ ପଶ୍ଚିମବଙ୍ଗ ଅର୍ନବ ରାୟଚୌଧୁରୀ ଓ ଭୁବନେଶ୍ୱର କାରଖାନାର ପ୍ରବନ୍ଧକ ଜେ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର