କେଭିପିୱାଇରେ ଫିଟ୍‌ଜି ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ଜାତୀୟ କିଶୋର ‌େବୖଜ୍ଞାନିକ ପ୍ରୋତ୍ସାହନ ଯୋଜନା (କେଭିପିୱାଇ) ୨୦୧୮-୧୯ର ପରୀକ୍ଷାରେ ଫିଟ୍‌ଜିର କଟକ ଓ ଭୁବନେଶ୍ବର କେନ୍ଦ୍ରର ୪୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରିଛନ୍ତି। କେଭିପିୱାଇ ହେଉଛି ଭାରତ ସରକାରଙ୍କ ଏକ ବୃତ୍ତି ପରୀକ୍ଷା ଯାହା ୧୯୯୯ରୁ ଆରମ୍ଭ ହୋଇଥିଲା। ବିଜ୍ଞାନ କ୍ଷେତ୍ରରେ ଗବେଷଣା ଆଗକୁ ବଢ଼ାଇବା ପାଇଁ ଏହି ବୃତ୍ତି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି। ଏହି ଅବସରରେ ଫିଟ୍‌ଜି ଭୁବନେଶ୍ବର କେନ୍ଦ୍ରର ମୁଖ୍ୟ ରାଣାଜୟ ବର୍ଦ୍ଧନ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସଫଳତାରେ ଆମେ ବହୁତ ଆନନ୍ଦିତ। କେବଳ ଆଇଆଇଟି ଓ ଅନ୍ୟ ପ୍ରମୁଖ ପ୍ରତିଷ୍ଠାନ ନୁହେଁ ବିଜ୍ଞାନ ପଢ଼ିବା ପାଇଁ ଉପଯୁକ୍ତ ଆଗ୍ରହ ସୃଷ୍ଟି କରିବା ଆରମ୍ଭ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଫିଟ୍‌ଜିର ଓଡ଼ିଶା ମେଣ୍ଟର୍‌ ପ୍ରଫୁଲ୍ଲ କୁମାର ଦାସ କହିଛନ୍ତି ଯେ, କେଭିପିୱାଇ ସ୍କଲାରସିପ୍ କାର୍ଯ୍ୟକ୍ରମ ଦ୍ବାରା ଫିଟ୍‌ଜିକୁ ମିଳିଥିବା ସଫଳତା ହେଉଛି ଏକ ଗୌରବମୟ ସମୟ।

ସମ୍ବନ୍ଧିତ ଖବର