ଗୋଟିଏ ମାଛ ଧରି ଲକ୍ଷପତି

ମୁମ୍ବାଇ: ଗୋଟିଏ ମାଛ ଦୁଇ ଧୀବର ଭ୍ରାତାଙ୍କୁ ୨୦ ମିନିଟ୍‌ ଭିତରେ ଲକ୍ଷପତି କରିଦେଇଛି। ମୁମ୍ବାଇର ପାଲ୍‌ଘର ନିବାସୀ ମହେଶ ମେହେର ଓ ତାଙ୍କ ଭାଇ ଭରତଙ୍କ ଜାଲରେ ‘ଘୋଲ୍‌’ ନାମକ ଏକ ତିରିଶ କେଜିଆ ମାଛ ପଡ଼ିଥିଲା। ତାହାକୁ ସେମାନେ ୫ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ କରିଥିଲେ। ଏହି ମାଛରେ ଥିବା ଔଷଧୀୟ ଗୁଣ ଯୋଗୁ ତାହାର ଚାହିଦା କେବଳ ଭାରତ ନୁହେଁ ଅନେକ ଏସୀୟ ରାଷ୍ଟ୍ରରେ ରହିଛି। ବିଶେଷ କରି ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ହଂକଂ ଓ ଜାପାନରେ ଏହାର ଚାହିଦା ଅଧିକ। ଏହି ମାଛ ଏତେ ଦାମୀ ହେବାର କାରଣ ହେଉଛି ଏହାର ବିଭିନ୍ନ ଅଂଶକୁ ପ୍ରସାଧାନ ସାମଗ୍ରୀ ନିର୍ମାଣଠାରୁ ଆରମ୍ଭ କରି ଔଷଧ ପ୍ରସ୍ତୁତି ଆଦି ପର୍ଯ୍ୟନ୍ତ ଅନେକ କାମରେ ବ୍ୟବହାର କରାଯାଉଛି। ମାଛ ଡେଣାରୁ ଔଷଧ କଂପାନିଗୁଡ଼ିକ ସିଲାଇ ସାମଗ୍ରୀ ପ୍ରସ୍ତୁତ କରନ୍ତି। ଏହାକୁ ମଦ ବିଶୋଧନରେ ମଧ୍ୟ ବ୍ୟବହାର କରାଯାଏ।

ସମ୍ବନ୍ଧିତ ଖବର