ଲାଲଚାନ୍ଦର ନୂଆ ଟିଭି ବିଜ୍ଞାପନ

ଭୁବନେଶ୍ବର: ଲାଲଚାନ୍ଦ ଜୁଏଲର୍ସର ନୂଆ ଟେଲିଭିଜନ୍‌ ବିଜ୍ଞାପନ ହୋଟେଲ୍‌ ନିଉ ମାରିଅନ୍‌ରେ ଉନ୍ମୋଚିତ ହୋଇଛି। ଲାଲଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଂଜୟ ହଂସଙ୍କ ଦ୍ବାରା ପ୍ରସ୍ତୁତ ଏହି ବିଜ୍ଞାପନରେ ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଛନ୍ତି। ଓଡ଼ିଆ ନାରୀ ଉପରେ ଆଧାରିତ ଏହି ସଂଗୀତ ଭିତ୍ତିକ ଭିଡିଓ ବିଜ୍ଞାପନର ସମସ୍ତ ସୁଟିଂ ହୋଟେଲ୍‌ ନିଉ ମାରିଅନରେ କରାଯାଇଛି। ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦେଶନା ଦେଇଥିବା ବେଳେ କ୍ରିଏଟିଭ୍‌ ମୁଖ୍ୟ ଦାୟିତ୍ବ ନିଭାଇଛନ୍ତି ନିଜେ ବର୍ଷା ପ୍ରିୟଦର୍ଶିନୀ। ପ୍ରେମ ଆନନ୍ଦ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଗୀତଟିକୁ ଗାଇଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ। ବିଜୟ ମଲ୍ଲ ଗୀତ ରଚନା ଏବଂ ରାକେଶ ଦେଓ ନୃତ୍ୟ ସଂଯୋଜନା କରିଛନ୍ତି। ଆଜି ଆୟୋଜିତ ଏହି ବିଜ୍ଞାପନ ଭିଡିଓ ଉନ୍ମୋଚନ ଉତ୍ସବରେ ବର୍ଷାଙ୍କ ସମେତ ଲାଲଚାନ୍ଦ ଜୁଏଲର୍ସର ନିର୍ଦେଶକ କିଶନଲାଲ ଗୁପ୍ତା, ନିର୍ଦେଶକ ମୃତ୍ୟୁଞ୍ଜୟ ସାହୁ, ସିନେମାଟୋଗ୍ରାଫର ସୀତାଂଶୁ ମହାପାତ୍ର, ଇଭେଣ୍ଟ୍‌ ମ୍ୟାନେଜର ଶୁଭେନ୍ଦୁ, ପ୍ରଡକ୍ସନ ଡିଜାଇନର କାବୁଲି ଉପସ୍ଥିତ ଥିଲେ। ଅଶ୍ବିନୀ ଏହି ଉନ୍ମୋଚନ ଉତ୍ସବକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର