ଲାମ୍ବି ସ୍କୁଟର କଥା ମନେ ଅଛି ? ପୁଣି ଆସୁଛି

ନୂଆଦିଲ୍ଲୀ : ସତୁରୀ ଓ ଅଶୀ ଦଶକରେ ଭାରତରେ ବେଶ ଲୋକପ୍ରିୟ ଥିବା ଲାମ୍ବ୍ରେଟା ବା ଲାମ୍ବି ସ୍କୁଟର କଥା ଆପଣଙ୍କର ମନେଥିବ । ଏହି ସ୍କୁଟର ସହ ଅନେକ ଲୋକଙ୍କର ଅନେକ ତିକ୍ତମଧୂର ସ୍ମୃତି ରହିଥିବ ନିଶ୍ଚୟ । ଆପଣ ଯଦି ସତୁରୀ ଓ ଅଶୀ ଜମାନାର ଯୁବକଥିଲେ ତେବେ ରାସ୍ତାରେ ଚାଲିଥିବା ଲାମ୍ବି ସ୍କୁଟରକୁ ମନେ ପକାନ୍ତୁ । ନିଜର ସ୍ୱତନ୍ତ୍ର ଡିଜାଇନ ପାଇଁ ମଧ୍ୟ ଏହା ପରିଚିତ ଥିଲା । କିନ୍ତୁ ସୁଖର କଥା ଏବେ ପୁଣି ବଜାରକୁ ଆସିବ ।

ପୁରୁଣା ଲାମ୍ବ୍ରେଟା ସ୍କୁଟର

ଏହି ଇଟାଲୀୟ କମ୍ପାନି ପକ୍ଷରୁ ଏକ ଇଲେକ୍ଟ୍ରିକ ସ୍କୁଟର ବଜାରକୁ ଛାଡିବାକୁ ଯୋଜନା କରାଯାଉଛି । ଏହି ସ୍କୁଟରରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ, କିନ୍ତୁ ଏହାର ଡିଜାଇନ ପୁରୁଣା ଓ ନୂଆ ଷ୍ଟାଇଲର ଏକ ମିଶ୍ରଣ ହେବ । ଅର୍ଥାତ ଲୋକମାନେ ଯେପରି ଏହାକୁ ଦେଖି ପୁରୁଣା ଲାମ୍ବି କଥା ମନେ ପକାଇପାରିବେ ସେ ଭଳି ଡିଜାଇନ କରାଯିବ । କମ୍ପାନି ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଏହାକୁ ବଜାରକୁ ଛାଡିବ । ପ୍ରଥମେ ଅଷ୍ଟ୍ରେଲିଆ ବଜାରରେ ଛଡାଯିବ । ତା ପରେ ଭାରତୀୟ ବଜାରରେ ଲଞ୍ଚ କରାଯିବ । କମ୍ପାନିର ପୂର୍ବରୁ ଭାରତରେ ଏକ ଆସମ୍ବଲିଂ ୟୁନିଟ ଥିଲା । ଏଥର ମଧ୍ୟ କମ୍ପାନି ଭାରତରେ ଏକ ୟୁନିଟ ସ୍ଥାପନ ପାଇଁ ଯୋଜନା କରୁଛି ବୋଲି ଜଣାପଡିଛି । ନିଜ କମ୍ପାନିର ୭୦ ବର୍ଷ ପୂର୍ତ୍ତି ଅବସରରେ କମ୍ପାନି ଗତ ବର୍ଷ ଭ-ସ୍ପେଶାଲ େଏଡିସନ ସ୍କୁଟର ଛାଡିଥିଲା । କିନ୍ତୁ ଭାରତରେ ଏହାର ଲଞ୍ଚ ହୋଇନଥିଲା ।

ସମ୍ବନ୍ଧିତ ଖବର