ଲେଜର ଇଣ୍ଡିଆ ପକ୍ଷରୁ ଆମିଓ ଫ୍ୟାନ୍‌ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଏଫ୍‌ଏମ୍‌ଇଜି ବ୍ରାଣ୍ଡ୍‌ ଲେଜର ପକ୍ଷରୁ ଏହାର ନୂଆ ସେଲିଂ ଫ୍ୟାନ୍‌ ଆମିଓର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ବିନା ଶବ୍ଦରେ ଶକ୍ତିଶାଳୀ ପ୍ରଦର୍ଶନ କରିବା ସହିତ ଶୀତଳ ପବନ ପ୍ରଦାନ କରିବ। ଏଥିରେ ଡବଳ ବଲ ବିୟରିଂ ତଥା ଶକ୍ତିଶାଳୀ ମୋଟର ରହିଛି। ଏହାର ମୂଲ୍ୟ ୪୯୯୫ ଟଙ୍କା ରହିଛି। ଏହାର ଘରର ପ୍ରତି କୋଣରେ ଶୀତଳ ପବନ ଉପଲବ୍ଧ କରାଇବ। ଏଥିରେ ୭୫ ୱାଟ ମୋଟର ଥିବାବେଳେ ଏହାର ଏରୋଡାଇନାମିକ୍‌ ଡିଜାଇନିଂ ଅତୁଳନୀୟ ଶୀତଳ ପବନ ସୃଷ୍ଟି କରିବାକୁ ସକ୍ଷମ ହେବ। ଏହି ଅବସରରେ ଲେଜର ଇଣ୍ଡିଆର କାଯର୍‌ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅଖିଳ ଜୈନ କହିଲେ, ‘’ ଗ୍ରାହକଙ୍କ ସେଲିଂ ଫ୍ୟାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲେଜର ଆମିଓ ଫ୍ୟାନ୍‌ ଆଣିଛି। ଏହା ଗ୍ରାହକଙ୍କ ସମସ୍ୟାର ସଫଳ ସମାଧାନ କରିବାକୁ ସକ୍ଷମ ହେବ। ଏହାକୁ ସଫା କରିବା ତଥା ଏହାର ରକ୍ଷାଣବେକ୍ଷଣ ଅତି ସହଜ ଜନକ। ଏହା ଆଣ୍ଟିକ୍‌ ବ୍ରାସ୍‌, ଆଂଟିକ୍ୟୁ କପର୍‌ ଏବଂ ନିକେଲ୍‌ କ୍ରୋମ୍‌ ଆଦି 3ଟି ରଙ୍ଗରେ ଉପଲବ୍ଧ ହେଉଛି। ଏହା ଉପରେ ୨୪ ମାସର ୱାରେଣ୍ଟି ଉପଲବ୍‌ଧ ହେଉଛି। ଅଗ୍ରଣୀ ରିଟେଲ ଏବଂ ଇ-କମର୍ସ ଷ୍ଟୋରରେ ଏହା ଭାରତ ବ୍ୟାପି ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର