ଏଣିକି ଏହି କାର୍ଡ ଦ୍ୱାରା ଏଟିଏମ୍‌ରୁ ନିଜ ଇଚ୍ଛା ମୁତାବକ ଟଙ୍କା ଚୟନ କରି ବାହାର କରି ପାରିବେ ଗ୍ରାହକ !

ନୂଆଦିଲ୍ଲୀ: ଭାରତରେ ଡିଜିଟାଲାଇଜେସନ୍‌ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ଇଣ୍ଟରଆକ୍ଟିଭ କ୍ରେଡିଟ କାର୍ଡ ଲଞ୍ଚ ହୋଇଛି।  ଯାହାଦ୍ୱାରା ଏଟିଏମ କାର୍ଡକୁ ପଏଣ୍ଟ ଅଫ୍‌ ସେଲ୍‌ ତଥା ପିଓଏସ ମେସିନରେ ଆଉ ସ୍ୱାଇପ୍‌ କରିବାକୁ ପଡିବ ନାହିଁ ।

ପ୍ରାଇଭେଟ ସେକ୍ଟର ପ୍ରମୁଖ ବ୍ୟାଙ୍କଗୁଡିକରେ IndusInd Bank  ପ୍ରଥମ ଏଭଳି କ୍ରେଡିଟ କାର୍ଡ ଲଞ୍ଚ କରିଛି, ଯାହା ବ୍ୟାଟେରୀ ଦ୍ୱାରା ଚାଲିବ । କାର୍ଡରେ ଅନେକଗୁଡ଼ିଏ ବଟନ୍‌ ରହିଛି। IndusInd Bank ଏଟିଏମରୁ ଗ୍ରାହକଙ୍କୁ ଟଙ୍କା ଉଠାଇବା ସମୟରେ କରେନ୍‌ସି ନୋଟ ଚୟନ କରିବାକୁ ବିକଳ୍ପ ମିଳିବ । ଗ୍ରାହକ ୧୦୦, ୨୦୦, ୫୦୦ ଏବଂ ୨ ହଜାର ଟଙ୍କିଆ ନୋଟର ବିକଳ୍ପ ବାଛି ପାରିବେ । ଏବଂ ମନ ମୁତାବକ ଟଙ୍କା ବାହାର କରିପାରିବେ । ତେବେ ଏହି ସୁବିଧା ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରେ ଗ୍ରାହକଙ୍କୁ ମିଳିବ ନାହିଁ ।

ଏଥିସହିତ ଏହି କାର୍ଡ ଦ୍ୱାରା ଲୋକଙ୍କୁ ସପିଂ କରିବା ବହୁତ ସହଜ ହୋଇଯିବ । ଏହି କାର୍ଡରେ ସପିଂ ପାଇଁ ୩ ପ୍ରକାରର ପେମେଣ୍ଟ ଅପସନ ଦିଆଯାଇଛି।  ବ୍ୟାଙ୍କ ମାଷ୍ଟରକାର୍ଡକୁ ପେମେଣ୍ଟ ଗେଟୱେ ଉପରେ ଲଞ୍ଚ କରିଛି । ଗ୍ରାହକ ସପିଂ ପରେ ପିଓଏସ ମେସିନରେ କ୍ରେଡିଟ ଜରିଆରେ, ରିୱାର୍ଡ ପଏଂଟ ଜରିଆରେ କିମ୍ବା ପୁଣି ଇଏମଆଇ ଉପରେ ଜିନିଷ କିଣିପାରିବେ । ଏଥିପାଇଁ ଗ୍ରାହକଙ୍କୁ କାର୍ଡରେ ଥିବା କିଛି ବଟନ ଦବାଇବାକୁ ହେବ । ଯଦି ଗ୍ରାହକ ଇଏମଆଇରେ  ଜିନିଷ କିଣନ୍ତି ତେବେ ୬,୧୨,୧୮ କିମ୍ବା ୨୪ ମାସରେ ପେମେଂଟ କରିବାର ଅପସନ ମିଳିବ । କାର୍ଡରେ ଏଲଇଡି ଲାଇଟ୍‌ସ ମଧ୍ୟ ଲଗାଯାଇଛି , ଯାହା ବଟନ ଦବାଇବା କ୍ଷଣି ହିଁ ଅନ ହୋଇଯିବ ।

ଏହାଛଡା ଗ୍ରାହକଙ୍କୁ କାର୍ଡ ବ୍ୟବହାର କରିବା ଉପରେ ବହୁତ ସାରା ଅଫର ମିଳିବ । ପେଟ୍ରାଲ ଭରିବା ଉପରେ କୌଣସି ଚାର୍ଜ ଲାଗିିବ ନାହିଁ, ସେହିପରି ସିନେମା ଟିକେଟ ବୁକିଂ, ଏୟାରପୋର୍ଟ ଉପରେ ଲାଉନଜ ଆକ୍ସେସ ବି ମିଳିବ। ଗ୍ରାହକଙ୍କୁ କୌଣସି ବି ପ୍ରକାରର ପେପରୱାର୍କ କିମ୍ବା ପୁଣି ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ଦରକାର ପଡିବନି ।

 

 

 

ସମ୍ବନ୍ଧିତ ଖବର