ଭାରତରେ ଲେକ୍ସସ୍‌ର ଏକ ବର୍ଷ ପୂର୍ତ୍ତି , ନୂଆ ଇଏସ ସାଲୁନର ଟିଜର୍‌ ଉନ୍ମୋଚିତ

ମୁମ୍ବାଇ : ଟୟୋଟାର ଲକଜୁରୀ କାର ବ୍ରାଣ୍ଡ ଲେକ୍ସସ ଇଣ୍ଡିଆ ଭାରତରେ ପ୍ରଥମ ବର୍ଷ ପୂରଣ କରିଛି । ଏହି ବର୍ଷ କମ୍ପାନି ଭାରତୀୟମାନଙ୍କୁ ହାଇବ୍ରିଡ ଇଲେକଟ୍ରିକ ଏସୟୁଭି ଏବଂ ଏନଏକ୍ସ ୩୦୦ ଏଚ ପରି କାର ପ୍ରଦାନ କରିଛି । ଗତ ବର୍ଷ ମାର୍ଚ୍ଚ ରେ ଭାରତୀୟ ବଜାରକୁ ଆସିଥିବା ଏହି ବ୍ରାଣ୍ଡ୍‌ ଇତିମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ କରିପାରିଛି । ଅନ୍ୟପକ୍ଷରେ ନିକଟରେ କମ୍ପାନି ନିଜର ଆଗାମୀ ଇଏସ୍‌ ମଡେଲର ଟିଜର ଉନ୍ମୋଚନ କରିଛି । ଏହି ମଡେଲଟି ହେଉଛି ଇଏସ ସାଲୁନ । ଏହାକୁ ଆଗାମୀ ବେଜିଂ ଅଟୋ ଶୋରେ ଲଞ୍ଚ୍‌ କରାଯିବ । ଏହି ଲଞ୍ଚ ପରେ ବର୍ଷର ଦ୍ୱିତୀୟ ଭାଗରେ ଏହାକୁ ଭାରତରେ ଲଞ୍ଚ୍‌ କରାଯିବ ।

ଏହି ସଂପର୍କରେ ଏନ୍‌ ରାଜା, ଚେୟାରମାନ୍‌, ଲେକ୍ସସ୍‌ ଇଣ୍ଡିଆ କହିଛନ୍ତି ଯେ, ଲେକ୍ସସ ଆଗାମୀ ବର୍ଷ ଭାରତରେ ବ୍ରାଣ୍ଡ ପ୍ରତି ସଚେତନତା ସୃଷ୍ଟି କରିବା ଓ ହାଇବ୍ରିଡ୍‌ ଇଲେକ୍ଟ୍ରିକ ଗାଡ଼ି ଉପରେ ପ୍ରାଧାନ୍ୟ ଦେବ। ଭବିଷ୍ୟତକୁ ଦୃଷ୍ଟିରେରଖି ଆମ୍ଭେମାନେ ତିନୋଟି ମୂଖ୍ୟ ମାର୍ଗରେ ଉପସ୍ଥିତ ରହିବାକୁ ଲକ୍ଷ୍ୟ ରଖିଛୁ, ଯଥା- ସଚେତନତା ବୃଦ୍ଧି, ଅଧିକ ଦକ୍ଷ ଉତ୍ପାଦ ଏବଂ ଲେକ୍ସସ ଡିଜାଇନିଂ ଆୱାର୍ଡ ଇଣ୍ଡିଆ ଭଳି ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀକୁ ଆହୁରି ଗଭୀର ପ୍ରତିଶୃତି ପ୍ରଦାନ ପ୍ରଭୁତି ପ୍ରମୁଖ ।

ସମ୍ବନ୍ଧିତ ଖବର