ଏଲ୍‌ଜିର ନୂଆ ଡୁଆଲ୍‌ କୁଲ୍ ଏସି

ନୂଆଦିଲ୍ଲୀ: ଏଲ୍‌ଜି ଇଲେକଟ୍ରୋନିକ୍ସ ଭାରତୀୟ ବଜାରରେ ୫୪ଟି ନୂଆ ଡୁଆଲ କୁଲ୍ ମଡେଲ ଏସି ଉପଲବ୍ଧ କରାଇଛି। ଏଗୁଡ଼ିକ ଥ୍ରି ଏବଂ ଫାଇଭ୍ ଷ୍ଟାର ରେଟିଂରେ ଆସିଛି। ନୂଆ ଏସି ଗୁଡ଼ିକରେ କମ୍ପାନିର ସ୍ମାର୍ଟ ଥିଙ୍କ୍ ସମେତ ଅନ୍ୟାନ୍ୟ ପ୍ରଯୁକ୍ତି ରହିଛି। ସ୍ମାର୍ଟ ଥିଙ୍କ୍ ପ୍ରଯୁକ୍ତି ଦ୍ବାରା ଗ୍ରାହକ ତାଙ୍କ ଏସିକୁ ଫୋନ୍ ଆପ୍ ମାଧ୍ୟମରେ ନିୟନ୍ତ୍ରଣ କରିପାରିବେ। ଏତଦବ୍ୟତୀତ ଅନେକ ନୂଆ ବୈଶିଷ୍ଟ୍ୟ ଏହି ଏସିଗୁଡ଼ିକରେ ରହିଛି। କମ୍ପାନିର ଏମଡି କିମ୍-କି-ୱାନ୍ ନୂଆ ଏସି ଗୁଡ଼ିକର ବଜାର ପ୍ରବେଶ ଘୋଷଣା କରିଛନ୍ତି। ସେ କହିଛନ୍ତି, ଗ୍ରାହକଙ୍କ ସ୍ବାସ୍ଥ୍ୟ ସମେତ କମ୍ ବିଜୁଳି ବ୍ୟବହାର ହେଉଥିବା ଏସି ଯୋଗାଇ ଦେବା ପାଇଁ ଏଲଜି ଏହାର ପ୍ରୟାସ ଜାରି ରଖିଛି। ୨୦୧୭ରେ ପ୍ରଥମ କମ୍ପାନି ଭାବେ ଏଲ୍‌ଜି ଏହାର ସମସ୍ତ ଏସି ନିର୍ମାଣକୁ ଇନଭର୍ଟର ଏସିରେ ପରିଣତ କରିଥିଲା। ଫଳରେ ଏହା ଅନ୍ୟ କମ୍ପାନିଙ୍କୁ ଅନୁପ୍ରାଣିତ କରିଥିଲା। ଯାହା ଫଳରେ ବଜାରରେ ଏବେ ସମୁଦାୟ ଏସିର ୬୦ ପ୍ରତିଶତ ଇନଭର୍ଟର ଏସି ବିକ୍ରି ହେଉଛି ବୋଲି ସେ କହିଛନ୍ତି। ଏହି ଅବସରରେ କମ୍ପାନିର ଉପସଭାପତି (ହୋମ୍ ଆପ୍ଲାଏନସେସ୍) ବିଜୟ ବାବୁ, ରେସିଡେନସିଆଲ ଏସିର ବିଜନସେ୍ ହେଡ୍- କୁଳଭୂଷଣ ଭରଦ୍ବାଜ ପ୍ରମୁଖ ଉପସ୍ଥିତ ଥିଲେ। ଏଲଜିର ଡୁଆଲ କୁଲ୍ ରେଞ୍ଜ ଏସି ଗୁଡ଼ିକର ମୂଲ୍ୟ ୩୧,୯୯୦ ଟଙ୍କାରୁ ୬୯,୯୯୦ ଟଙ୍କା ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର