ଏଲ୍‌ଜିର ନୂଆ ଓ୍ଵାଟର୍‌ ପ୍ୟୁରିଫାୟର୍‌ ‘ପ୍ୟୁରିକେୟାର’

ଭୁବନେଶ୍ୱର: ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ‘ପ୍ୟୁରିକେୟାର’ ନାମକରେ ନୂଆ ଓ୍ଵାଟର ପ୍ୟୁରିଫାୟର (ଜଳ ବିଶୋଧକ ଯନ୍ତ୍ର)କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧୬,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଭାରତରେ ବ୍ୟବସାୟର ୨୧ ବର୍ଷ ଉତ୍ସବ ପାଳନ କରୁଥିବା ଏଲ୍‌ଜି ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟୁରିକେୟାର୍‌କୁ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ କଂପାନିର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ପ୍ରବଳ ସକ୍‌ସେନା କହିଛନ୍ତି ଯେ, ଆମ ଓ୍ଵାଟର୍‌ ପ୍ୟୁରିଫାୟର୍‌ରେ ଦ୍ୱେତ ସୁରକ୍ଷା ଥିବା କଳଙ୍କିବିହୀନ ଇସ୍ପାତ ଟାଙ୍କି ଓ ଡିଜିଟାଲ୍‌ ଷ୍ଟେରିଲାଇଜିଂ କେୟାର ରହିଛି ଯାହା ଲୋକମାନଙ୍କୁ ବିଶୁଦ୍ଧ ଜଳ ପ୍ରଦାନ କରିବ। ଏଥିରେ ସର୍ବାଧୁନିକ ୫ ସ୍ତର ବିଶିଷ୍ଟ ଆର୍‌ଓ ବିଶୋଧନ ପ୍ରକ୍ରିୟା ରହିଛି। ଏହା ସାତଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ଏଥିରେ ସ୍ମାର୍ଟ ଡିସ୍‌ପ୍ଲେ ସୁବିଧା ରହିଛି। କଂପାନି ପକ୍ଷରୁ ଏହା ଉପରେ ଏକ ବର୍ଷିଆ ମାଗଣା ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନ କରାଯାଉଛି। ଏହି ଅବସରରେ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ବୃଦ୍ଧାଶ୍ରମକୁ ଓ୍ଵାଟର ପ୍ୟୁରିଫାୟର୍‌ ବଣ୍ଟନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ କଂପାନିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କଂପାନିର ଡିଲର୍‌ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର