ଭୁବନେଶ୍ବର: ଶିଶୁ ଦିବସ ଉପଲକ୍ଷେ ଏଲଜି ଇଲେକ୍ଟ୍ରୋନିକ୍ସ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ପାତ୍ର ଇଲେକ୍ଟ୍ରୋନିକ୍ସ ବେଷ୍ଟ ସପ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାଙ୍କ ସହିତ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ। ସେମାନଙ୍କୁ ସବୁଜ ଏବଂ ସ୍ବଚ୍ଛ ପୃଥିବୀ ଏବଂ ଜଳ ସଞ୍ଚୟ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହିତ ଚାରା ଦିଆଯାଇଥିଲା। ଏଥିରେ ଏଲଜିର ଶାଖା ପରିଚାଳକ ମନିଷ ସିଂଘଲ, ଆଞ୍ଚଳିକ ବିପଣନ ପ୍ରବନ୍ଧକ ଦେବାଶିଷ ମିଶ୍ର, ଶାଖା ବିପଣନ ପ୍ରବନ୍ଧକ ବିଭୁ ମହାପାତ୍ର, ଏରିଆ ମ୍ୟାନେଜର ବିକାଶ ସିଂହ, ଉତ୍ତମ ସାହାଣି, ସୁଜିତ ଦାସ, ଅମରଜିତ ସ୍ବାଇଁ, ଚନ୍ଦନ କୁମାର, ପ୍ରସନ୍ନ ଦାଶ ପ୍ରମୁଖ ଯୋଗଦେଇଥିଲେ।
ଶିଶୁ ଦିବସରେ ଏଲ୍ଜିର ସ୍ବତନ୍ତ୍ର କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2019/11/rghrs4hgsr98h798sf7h8sf4h5sf6h456sf4h65sfhfsssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)