ରେଳବାଇକୁ ସେଲ୍ ପଠାଇଲା ଏଲ୍‌ଏଚ୍‌ବି ଚକ

ନୂଆଦିଲ୍ଲୀ: ସେଲ୍‌ର ଦୁର୍ଗାପୁର ଇସ୍ପାତ କାରଖାନାରୁ ରେଳବାଇକୁ ପ୍ରଥମ ବ୍ୟାଚ୍ ଏଲ୍‌ଏଚ୍‌ବି ଚକ ପଠାଯାଇଛି। ରେଳବାଇ ଆଇସିଏଫ୍ ବଗି ପରିବର୍ତେ ଏଲଏଚବି ବଗି ଲଗାଉଛି। ରେଳର ବେଗ ବୃଦ୍ଧି ଏବଂ ଉତ୍ତମ ଯାତ୍ରୀ ସୁରକ୍ଷା ପାଇଁ ଏହି ବଗିରେ ପରିବର୍ତନ କରାଯାଉଛି। କିନ୍ତୁ ଏଲଏଚବି ଚକକୁ ପୂର୍ବରୁ ବିଦେଶରୁ ଆମଦାନି କରାଯାଉଛି। ତେବେ ଦୁର୍ଗାପୁର ଇସ୍ପାତ କାରଖାନାରେ ଏବେ ଏହି ଚକ ନିର୍ମାଣ କରାଯାଉଛି। ପ୍ରଥମ ବ୍ୟାଚରେ ୩୦ଟି ଚକ ରେଳବାଇକୁ ପ୍ରେରଣ କରାଯାଇଛି। ଦୁର୍ଗାପୁର ଇସ୍ପାତ କାରଖାନାର ଏହି କାର୍ଯ୍ୟକୁ ସେଲ ଅଧ୍ୟକ୍ଷ ଅନିଲ କୁମାର ଚୌଧାରୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର