ଏଲ୍‌ଆଇସି ପରେ ଏବେ ଏନ୍‌ଟିପିସି ଉପରେ ଚାପ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କକୁ ଅଧିଗ୍ରହଣ କରିବା ପାଇଁ ଏଲ୍‌ଆଇସି ଉପରେ ସରକାର ଚାପ ପକାଇ ସଫଳ ହୋଇଛନ୍ତି। ଏବେ ସେହି ଫର୍ମୁଲାକୁ ଏନ୍‌ଟିପିସି ଉପରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଜାତୀୟ ଜଳ ବିଦ୍ୟୁତ ନିଗମ (ଏନ୍‌ଏଚ୍‌ପିସି)ରେ ଥିବା ୭୩.୬୭% ଅଂଶଧନକୁ ସରକାର ବିକ୍ରି କରିବେ। ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କ ଉପରେ ଚାପ ରହିଛି। ତେଣୁ, ଏନ୍‌ଏଚ୍‌ପିସିର ଅଂଶଧନକୁ ବିକ୍ରି କରି ୧୮,୨୪୪ କୋଟି ଟଙ୍କା ଆୟ କରିବାକୁ ସରକାର ଚାହୁଁଛନ୍ତି। ଏହି ଅଂଶଧନ କିଣିବା ପାଇଁ ଏନ୍‌ଟିପିସିକୁ କୁହାଯାଇଛି। ତେବେ ଏନ୍‌ଏଚ୍‌ପିସିର ଅଂଶଧନକୁ କିଣିବା ଏନ୍‌ଟିପିସି ପାଇଁ ସହଜ ହେବନି। କଂପାନିର ଖାତାରେ ଅଧିକ ନଗଦ ଅର୍ଥ ନାହିଁ। ଏହି ଅଧିଗ୍ରହଣ ପାଇଁ କଂପାନିକୁ ସମ୍ପୂର୍ଣ୍ଣ ରୂପେ ବଜାର ଋଣ ଉପରେ ନିର୍ଭର କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର