ଏଲ୍‌ଆଇସିର ନୂଆ ପ୍ରିମିୟମରେ ୧୩% ବୃଦ୍ଧି

ପାଟନା: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂଆ ପ୍ରିମିୟମ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ନିଗମର ନୂଆ ପ୍ରିମିୟମ ଆୟ ୧୩.୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୬-୧୭ରେ ନିଗମ ୧୨୪୪୫୧.୪୨ କୋଟି ଟଙ୍କାର ନୂଆ ପ୍ରିମିୟମ ଆୟ ସଂଗ୍ରହ କରିଥିବାବେଳେ ୨୦୧୭-୧୮ରେ ୧୩୪୫୫୧.୬୮ କୋଟି ଟଙ୍କାର ନୂଆ ପ୍ରି୍ରମିୟମ ଆୟ ସଂଗ୍ରହ କରିଛି। ପ୍ରଥମ ବର୍ଷ ପ୍ରିମିୟମ ଆୟ ଏବଂ ପଲିସି ସଂଖ୍ୟା କ୍ଷେତ୍ରରେ ଏଲ୍‌ଆଇସି ବଜାରରେ ଏହାର ପ୍ରଥମ ସ୍ଥାନ ବଜାୟ ରଖିଛି। ପ୍ରଥମ ବର୍ଷ ପ୍ରିମିୟମ ଆୟ ବଜାରରେ ଏଲ୍‌ଆଇସିର ବଜାରଅଂଶ ୬୯.୪୦ ପ୍ରତିଶତ ଥିବାବେଳେ ନୂଆ ପଲିସି ସଂଖ୍ୟାରେ ୭୫.୬୭ ପ୍ରତିଶତ ବଜାରଅଂଶ ହାସଲ କରିଛି। ଦେଶରେ ଏଲ୍‌ଆଇସିର ଥିବା ୮ଟି ଜୋନ୍‌ ଏବଂ ୧୧୨ଟି ଡିଭିଜନ୍‌ ମଧ୍ୟରୁ ସମସ୍ତ ୮ଟି ଜୋନ୍‌ ଏବଂ ୧୦୪ଟି ଡିଭିଜନ୍‌ ବାର୍ଷିକ ପ୍ରଥମ ପ୍ରି୍ରମିୟମ ଟାର୍ଗେଟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର