ଜାପାନରେ ଏଲ୍‌ଏନ୍‌ଜି ସମ୍ମିଳନୀ

ଟୋକିଓ: କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ଦିନିଆ ଜାପାନ ଗସ୍ତରେ ଯାଇ ଷଷ୍ଠ ବାର୍ଷିକ ଏଲଏନଜି ଉତ୍ପାଦକ ଗ୍ରାହକ ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ନେଇ ଆଲୋଚନା କରିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ବୈଶ୍ୱିକ ଏଲଏନଜି ବଜାରରେ ବ୍ୟାପକ ପରିବର୍ତନ ହେଉଛି । ବଜାରରେ ନୂଆ ଯୋଗାଣ କାରଣରୁ ଅତିରିକ୍ତ ଯୋଗାଣ ଭଳି ସ୍ଥିତି ଉତ୍ପନ୍ନ ହେଉଛି । ଏଲଏନଜି ବଜାରରେ ଏଲଏନଜିର ଉତ୍ପାଦକ ଓ ଗ୍ରାହକ ମାନେ ସମାନ ଅଂଶୀଦାର ଭାବେ ବିବେଚିତ ହେବା ଶ୍ରୀ ପ୍ରଧାନ ଆହ୍ଵାନ କରିଛନ୍ତି । ଏହା ବ୍ୟତୀତ ଶ୍ରୀ ପ୍ରଧାନ ଜାପାନର ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ହିରୋସୋଂଗି ସେକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଉଭୟ ଦେଶର କମ୍ପାନୀ ମାନଙ୍କର ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ଏଲଏନଜି ସୋର୍ସିଂଗ, ସ୍ୱାପିଂରେ ବୃଦ୍ଧି ଓ ମିଥେନ ହାଇଡ୍ରେଟର ବାଣିଜ୍ୟିକ ବ୍ୟବହାର ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ଜଣା ପଡିଛି । ଶ୍ରୀ ପ୍ରଧାନ ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରୀ କାଟସୁନୋବୁ କାଟୋଙ୍କ ସହ ସାକ୍ଷାତ କରି ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ । ଉଭୟ ମନ୍ତ୍ରୀ ଭାରତ ଓ ଜାପାନ ମଧ୍ୟରେ ଟେକ୍ନିକାଲ ଇଂଟର୍ନ ଟ୍ରେନିଂ ପ୍ରୋଗ୍ରାମ (ଟିଆଇଟିପି) ପାଇଁ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

ସମ୍ବନ୍ଧିତ ଖବର