ମହିଳା ଉଦ୍ୟୋଗୀଙ୍କ ସହ ନିର୍ମଳାଙ୍କ ବାକ୍ୟ ବିନିମୟ, ୪୦୦ ଜିଲ୍ଲାରେ ହେବ ଋଣମେଳା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଦେଶର ଜଣାଶୁଣା ମହିଳା ଉଦ୍ୟୋଗୀ ତଥା ବାୟୋକନ୍ ଅଧ୍ୟକ୍ଷ କିରଣ ମଜୁମଦାର ସ’ଙ୍କ ମଧ୍ୟରେ ଆଜି ସୋସିଆଲ ମିଡିଆରେ ହୋଇଥିବା ବାକ୍ୟ ବିନିମୟ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଅର୍ଥମନ୍ତ୍ରୀଙ୍କ ଦ୍ବାରା ଇ-ସିଗାରେଟ୍‌ ନିଷିଦ୍ଧ ଘୋଷଣାକୁ ନେଇ ଆଜି ପ୍ରଥମେ ପ୍ରଶ୍ନ ଉଠାଇଥିଲେ କିରଣ। ଟ୍ବିଟରରେ ଲେଖିଥିଲେ, ସ୍ବାସ୍ଥ୍ୟମନ୍ତ୍ରୀ ଏହି ବିଷୟ ଘୋଷଣା କରିବା ଉଚିତ ନଥିଲା କି? ଏଥିସହିତ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଅର୍ଥମନ୍ତ୍ରୀ କାହିଁକି ପୁନଃରୁଦ୍ଧାର ପଦକ୍ଷେପ ସମ୍ପର୍କରେ ଘୋଷଣା କରିଲେ ନାହିଁ? ଅର୍ଥମନ୍ତ୍ରୀ ଏକାଧିକ ଟ୍ବିଟ୍‌ କରି ଏହାର ଉତ୍ତର ଦେଇଥିଲେ। ନିର୍ମଳା କହିଥିଲେ, କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିବାରୁ ମୋତେ ଏ ସମ୍ପର୍କରେ ସୂଚନା ଦେବାକୁ ପଡ଼ିଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଡ ହର୍ଷ ବର୍ଦ୍ଧନ ବିଦେଶ ଗସ୍ତରେ ଅଛନ୍ତି। କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ସଚିବ ଉପସ୍ଥିତ ଥିଲେ। ଏହା ହେଉଛି ପ୍ରୋଟୋକଲ। ଏତଦ୍‌ବ୍ୟତୀତ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ସମ୍ପର୍କରେ ମୁଁ ନିୟମିତ ଭାବେ ସୂଚନା ଦେଇ ଆସୁଛି। ଆପଣ ଏହାକୁ ଦେଖୁଥିବେ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଏହାର ଉତ୍ତରରେ କିରଣ କହିଥିଲେ, ମୁଁ ଏବେ ବୁଝିପାରିଲି, ମୋ ଦ୍ବନ୍ଦ୍ବ ଦୂର କରିଥିବାରୁ ଆପଣଙ୍କୁ ଧନ୍ୟବାଦ ।

ସମ୍ବନ୍ଧିତ ଖବର