ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୮ ମଧ୍ୟରେ ଲଗାତାର ବ୍ୟାଙ୍କ ଛୁଟି, ଆଗୁଆ କାମ ସାରିଦିଅନ୍ତୁ

ନୂଆଦିଲ୍ଲୀ : ଚଳିତ ସେପ୍ଟେମ୍ବର ମାସ ଶେଷ ସପ୍ତାହ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ଲଗାତାର ବ୍ୟାଙ୍କ ଛୁଟି ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା ବ୍ୟାଙ୍କ ସେବା ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେପ୍ଟେମ୍ବର ୨୬ରୁ ୨୯ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲମ୍ବା ଛୁଟି ପଡୁଛି ।

ଆସନ୍ତା ସେପ୍ଟେମ୍ବର ୨୮ ଓ ୨୯ ତାରିଖ ଯଥାକ୍ରମେ ୪ର୍ଥ ଶନିବାର ଓ ରବିବାର ପଡୁଛି । ଏହି ଦୁଇଦିନ ସ୍ୱାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଏହାର ପୂର୍ବ ୨ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା ରହିଛି । କାରଣ ସରକାରଙ୍କ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଓ ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ୟୁନିୟନ ଗୁଡ଼ିକ ୨୬ ଓ ୨୭ ତାରିଖ ଧର୍ମଘଟ ଡାକରା ଦେଇଛନ୍ତି । ସେହିପରି ଅକ୍ଟୋବର ୧ରେ ଅର୍ଦ୍ଧବାର୍ଷିକ ବ୍ୟାଙ୍କ ଛୁଟି ରହିଛି । ତେବେ ଏହା ସବୁ ରାଜ୍ୟପାଇଁ ଲାଗୁ ହେବ ନାହିଁ । ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଇଁ ଛୁଟି ରହିବ । ୩ ଓ ୪ ବ୍ୟାଙ୍କ ଖୋଲା ରହିବ । ଏହା ପରେ ୫ରୁ ୮ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ୫ ରେ ମହାସପ୍ତମୀ ଛୁଟି ଥିବାବେଳେ ୬ ରବିବାର ପଡୁଛି ।  ୭ ଓ ୮ ମହାନବମୀ ଓ ଦଶହରା ପାଇଁ ଛୁଟି ରହିବ । ଏହାକୁ ଦୃଷ୍ଟିରେ ରଖି ଆଗୁଆ କାମ ସାରିଦିଅନ୍ତୁ ।

ସମ୍ବନ୍ଧିତ ଖବର