ଏଲ୍‌ପିଜି ଦର ୨ ଟଙ୍କା ୯୪ ପଇସା ବଢ଼ିଲା

ନୂଆଦିଲ୍ଲୀ: ରିହାତି ଦରରେ ମିଳୁଥିବା ଏଲ୍‌ପିଜିର ସିଲିଣ୍ଡର ପିଛା ଦର ୨ ଟଙ୍କା ୯୪ ପଇସା ବଢ଼ିଛି। ଫଳରେ ଏହାର ମୂଲ୍ୟ ନୂଆଦିଲ୍ଲୀରେ ୫୦୨ ଟଙ୍କା ୪୦ ପଇସାକୁ ହ୍ରାସ ପାଇଛି। ଜୁନ୍ ପର ଠାରୁ କ୍ରମାଗତ ଷଷ୍ଠ ମାସ ପାଇଁ ଏଲ୍‌ପିଜି ଦର ବଢ଼ିଛି। ଏହି ସମୟ ଭିତରେ ଏହାର ମୂଲ୍ୟ ୧୪ ଟଙ୍କା ୧୩ ପଇସା ବଢ଼ିଗଲାଣି। ଆଜି ଅଣ-ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଦରରେ ମଧ୍ୟ ୬୦ ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ଏହି ସିଲିଣ୍ଡର ମୂଲ୍ୟ ୮୮୦ ଟଙ୍କା ହୋଇଯାଇଛି।

ସମ୍ବନ୍ଧିତ ଖବର