ମାଇଣ୍ଡ୍‌ଟ୍ରି ନିକଟତର ହେଲା ଏଲ୍‌ଆଣ୍ଡ୍‌ଟି

ନୂଆଦିଲ୍ଲୀ: ସୁବ୍ରତ ବାଗ୍‌ଚୀଙ୍କ ସୂଚନା ପ୍ରଯୁକ୍ତି କଂପାନି ମାଇଣ୍ଡ୍‌ଟ୍ରିକୁ ଅଧିଗ୍ରହଣ କରିବାର ନିକଟତର ହୋଇଛି ଏଲ୍‌ଆଣ୍ଡ୍‌ଟି। ମାଇଣ୍ଡ୍‌ଟ୍ରିର ୬୬.୧୫% ଅଂଶଧନ କିଣିବାକୁ ଏଲ୍‌ଆଣ୍ଡ୍‌ଟି ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଭାରତୀୟ ପ୍ରତିଦ୍ବନ୍ଦ୍ବିତା‌ କମିସନ (ସିସିଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି। ଏଲ୍‌ଆଣ୍ଡ୍‌ଟି ଜୋରଜବରଦସ୍ତ ମାଇଣ୍ଡ୍‌ଟ୍ରିକୁ ଅଧିଗ୍ରହଣ କରିବାକୁ ଚାହୁଛି। ଏହାର ପ୍ରତିଷ୍ଠାତାମାନେ ଏଲ୍‌ଆଣ୍ଡ୍‌ଟିର ଅଫରକୁ ଘୋର ବିରୋଧ କରୁଛନ୍ତି। କିନ୍ତୁ ଏଲ୍‌ଆଣ୍ଡ୍‌ଟିକୁ ଅଟକାଇବା ପ୍ରତିଷ୍ଠାତାଙ୍କ ପକ୍ଷେ ଏତେଟା ସହଜ ହେବ ନାହିଁ। ଇତି ମଧ୍ୟରେ ମାଇଣ୍ଡ୍‌ଟ୍ରିରେ କାଫେ କଫି ଡେ’ର ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ଥିବା ୨୦.୩୨% ଅଂଶଧନକୁ ଏଲ୍‌ଆଣ୍ଡ୍‌ଟି ୩୨୬୯ କୋଟି ଟଙ୍କାରେ କିଣିନେଇଛି। ଖୋଲା ବଜାରରୁ ଆଉ ୧୫% ଅଂଶଧନ କିଣିବା ପାଇଁ ଏକ୍ସିସ୍‌ କ୍ୟାପିଟାଲ୍‌କୁ ଏଲ୍‌ଆଣ୍ଡ୍‌ଟି ଦାୟିତ୍ବ ଦେଇଛି। ଏଲ୍‌ଆଣ୍ଡ୍‌ଟି ଦେଇଥିବା ଅଫରକୁ ମାଇଣ୍ଡ୍‌ଟ୍ରି ବୋର୍ଡ ପରଖିବା ପରେ ତାହାକୁ ସ୍ବାଧୀନ ନିର୍ଦେଶକମାନଙ୍କୁ ନେଇ ଗଠନ କରାଯାଇଥିବା କମିଟି ପାଖକୁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର