ରିଅଲ୍‌ମି ୩ ପ୍ରୋ ଉନ୍ମୋଚିତ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା ରିଅଲମି ପକ୍ଷରୁ ବଜାରକୁ ନୂଆ ରିଅଲମି ୩ ପ୍ରୋ ମଡେଲ ଫୋନ୍ ଅଣାଯାଇଛି। କମ୍ପାନିର ସିଇଓ ମାଧବ ସେଠ୍ ଏହି ଫୋନକୁ ଉନ୍ମୋଚନ କରିଛନ୍ତି। ଏଥିରେ ସ୍ନାପଡ୍ରାଗନ ୭୧୦ ପ୍ରୋସେସର, ୪୦୪୫ ଏମଏଚ ବ୍ୟାଟେରି, ଭିଓଓସି ଏବଂ ୩.୦ ଫ୍ଲାସ ଚାର୍ଜ ଭଳି ସୁବିଧା ରହିଛି। ୧୬ ଏମପି ଏବଂ ୫ ଏମପି କ୍ୟାମେରା ଏହି ଫୋନରେ ରହିଛି। ସେଲଫି ପାଇଁ ୨୫ ମେଗାପିକ୍ସେଲର କ୍ୟାମେରା ଏଥିରେ ଲାଗିଛି। ୪ଜିବି ରାମ୍ ଓ ୬୪ ଜିବି ରମ୍ ଏବଂ ୬ଜିବି ରାମ୍ ଓ ୧୨୮ ଜିବି ରମ୍ ଭାରିଆଣ୍ଟରେ ଏହା ଉପଲବ୍ଧ ହେଉଛି। ପ୍ରଥମ ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା ରହିଥିବାବେଳେ ଦ୍ବିତୀୟ ଭାରିଆଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। କାର୍ବନ ଗ୍ରେ, ନିଟ୍ରୋ ବ୍ଲ୍ୟୁ, ଲାଇଟନିଂ ପର୍ପଲ ଭଳି ଆକର୍ଷଣୀୟ ରଙ୍ଗରେ ଏହି ଫୋନ ପ୍ରସ୍ତୁତ ରହିଛି। ଏହି ଫୋନ ରିଅଲ ଡଟ୍ କମ୍ ଏବଂ ଫ୍ଲିପକାର୍ଟ ଡଟ୍ କମ୍‌ରେ ଚଳିତମାସ ୨୯ ତାରିଖ ଦିନ ୧୨ଟାରେ ଉପଲବ୍ଧ ହେବ। ସେହିଭଳି କମ୍ପାନି ଏଣ୍ଟ୍ରିଲେଭେଲ ରିଅଲମି ସି୨ ଫୋନର ଶୁଭାରମ୍ଭ ମଧ୍ୟ ଏହି ଅବସରରେ ଘୋଷଣା କରିଛି। ୨ଜିବି ରାମ୍ ଓ ୧୬ ଜିବି ରମ୍ ଭାରିଆଣ୍ଟର ମୂଲ୍ୟ ୫୯୯୯ ଟଙ୍କା ରହିଥିବାବେଳେ ୩ଜିବି ରାମ୍ ଏବଂ ୩୨ ଜିବି ରମ୍ ଭାରିଆଣ୍ଟର ମୂଲ୍ୟ ୭୯୯୯ ଟଙ୍କା ରହିଛି। ଆସନ୍ତାମାସ ୧୫ ତାରିଖରୁ ଏହି ଫୋନର ବିକ୍ରି ଆରମ୍ଭ ହେବ।

ସମ୍ବନ୍ଧିତ ଖବର